ଗଧ ଚଢ଼ି ସହର ଭ୍ରମଣ: ପୁଲିସ କଲା ଉଠ୍-ବସ୍

ମିରଟ : କରୋନା ଯୋଗୁଁ ସାରା ଦେଶ ଲକ୍-ଡ଼ାଉନ । ବିନା କାରଣରେ ଘରୁ ପଦାକୁ ବାହାରିବା ମନା । କେଉଁଠି କେଉଁଠି ପଦାକୁ ବାହାରିଲେ ଜୋରିମାନା ତ କେଉଁଠି ଲାଠି ମାଡ଼ । ଏହା ସତ୍ତ୍ବେ ଗଧ ବାହନରେ ଶୂନଶାନ ସହର ବୁଲା ନିଶା ଯୋଗୁଁ ମିରଟର ଦୁଇ ଯୁବକ ହଟହଟା ହୋଇଛନ୍ତି । ପୁଲିସ ଉଭୟ ଯୁବକଙ୍କୁ ରାସ୍ତା ମଝିରେ ଧରି ଉଠବସ୍ କରିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ସହରର ଶାହପୀର ଫାଟକ ନିକଟରେ ଗଧ ଚଢ଼ି ଦୁଇ ଯୁବକ ଯାଉଥିବାବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କୁ ପୁଲିସ ରୋକିଥିଲା ଓ ଗନ୍ତବ୍ୟସ୍ଥଳ ସମ୍ପର୍କରେ ପଚାରିଥିଲା । ଯୁବକ ଦ୍ବୟ ଗାଡ଼ି ମୋଟର ଚଳାଇବାକୁ ବାରଣ କରାଯାଇଥିବାରୁ ଗଧ ଚଢ଼ି ସହର ବୁଲି ବାହାରିଥିବା କହିବା ପରେ ପୁଲିସ ଦୁଇ ଯୁବକଙ୍କୁ କାନଧରି ଉଠବସ୍ କରାଇଥିଲା।

Comments are closed.