ପଶ୍ଚିମ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପାଳିଲେନି ରଜପର୍ବ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୫ହଜାର ଟଙ୍କା ଦାନ

ରାଉରକେଲା: ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଓଡ଼ିଆ ସମାଜ ପକ୍ଷରୁ ପ୍ରତିବର୍ଷ ରଜପର୍ବକୁ ଧୂମଧାମରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ନିଜ ରାଜ୍ୟ ଲୋକ କରୋନା ମହାମାରୀରେ ପ୍ରଭାବିତ ହୋଇଥିବାରୁ ଏହି ପର୍ବ ପାଳନ ନ କରିବା ପାଇଁ ସେମାନେ ନିଷ୍ପତି ନେଇଥିଲେ। ଏହି ଉତ୍ସବ ବାବଦ ଖର୍ଚ୍ଚକୁ ରାଜ୍ୟବାସୀଙ୍କ ସହାୟତା ପାଇଁ ଦେବାକୁ ନିଷ୍ପତି ନେଇଥିଲେ। ଫଳସ୍ୱରୁପ ସେମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା କମିଟିର ସଭାପତି ରୋହିତ ବିଶୋୟୀ, ଉପସଭାପତି ଆଶୀଷ ନାୟକ, ସମ୍ପାଦିକା ଦିପ୍ତୀ ପାତ୍ର ଓ କୋଷାଧ୍ୟକ୍ଷା ଜ୍ୟୋତିର୍ମୟୀ ପାଣ୍ଡବ ସୂଚନା ଦେଇଛନ୍ତି।

Comments are closed.