ରାମ ମନ୍ଦିର ପାଇଁ ଆରମ୍ଭ ହେଲା ‘ନିଧି ଆତ୍ମସମର୍ପଣ ଅଭିଯାନ’ : ରାଷ୍ଟ୍ରପତି ଦେଲେ ୫ ଲକ୍ଷ ୧୦୦ ଟଙ୍କା

ନୂଆଦିଲ୍ଳୀ ;  ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପାଇଁ ‘ନିଧି ଆତ୍ମସମର୍ପଣ ଅଭିଯାନ’ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନିଜେ ୫ ଲକ୍ଷ ୧୦୦ ଟଙ୍କା ଦାନ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି। ଦାନ ସଂଗ୍ରହ ପାଇଁ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ସ୍ବୟଂ ସେବକ ସଂଗଠନର ଏକ ପ୍ରତିନିଧୀ ଦଳ ତାଙ୍କ ନିକଟରେ ପହଞ୍ଚିଥିଲେ।

ରାଷ୍ଟ୍ରପତି ଦେଲେ ପାଞ୍ଚ ଲକ୍ଷ ୧୦୦ ଟଙ୍କା 

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରାମ ମନ୍ଦିର ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ୧୦୦ ଟଙ୍କାର ଚେକ୍ ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଗୋଟିଏ ଟଙ୍କା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୧ ଲକ୍ଷ ଟଙ୍କା, ଉଦ୍ଧବ ଠାକରେଙ୍କ ଶିବସେନା ୧ କୋଟି ଟଙ୍କା ଏବଂ ମୋରାରୀ  ବାପୁ ୧୧ କୋଟି ଟଙ୍କା ଦାନ କରିଛନ୍ତି।

ଶିବରାଜ ଦେଲେ ଏକ ଲକ୍ଷ ଟଙ୍କାର ଚେକ୍

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଶ୍ୱ ହିନ୍ଦୁ ପରିଷଦର ବିନୟ ରାଓ ଦେଶମୁଖଙ୍କୁ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ନିଧି ଅଭିଯାନରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ ଏବଂ ବିଶ୍ୱ ହିନ୍ଦୁ ପରିଷଦର କାର୍ଯାଧ୍ୟକ୍ଷ ଆଲୋକ କୁମାରଙ୍କ ସମେତ ଭିଏଚପିର ବଡ଼ ବଡ଼ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତିଙ୍କୁ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀ ରାମ ମନ୍ଦିର ପାଇଁ ଦାନ କରିବାକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦର କିଛି ନେତା ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କଠାରୁ ଦାନ ସଂଗ୍ରହ କରିବେ।

ଆଜି ଠାରୁ ରାମ ମନ୍ଦିର ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ପାଞ୍ଚ ଲକ୍ଷରୁ ଅଧିକ ଗାଁର ୧୨ କୋଟିରୁ ଅଧିକ ପରିବାରଙ୍କୁ ଯୋଗାଯୋଗ କରାଯିବ। ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ ୨୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅଧୀନରେ ବିଶ୍ୱ ହିନ୍ଦୁ ପରିଷଦକୁ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କ ସମର୍ପଣ ଏବଂ ସହଯୋଗ ରାଶି ମିଳିବ। ଏହି ସମୟ ମଧ୍ୟରେ ୧୦, ୧୦୦, ୧୦୦୦ ଟଙ୍କା କୁପନ୍ ରହିବ। ଏଥି ସହିତ ୨,୦୦୦ ରୁ ଅଧିକ ସହଯୋଗୀଙ୍କୁ ଏକ ରସିଦ ପ୍ରଦାନ କରାଯିବ। ଏହି ଦାନ ମାଧ୍ୟମରେ ଅଯୋଧ୍ୟାରେ ଶ୍ରୀ ରାମଙ୍କର ଏକ ଭବ୍ୟ ଓ ବିଶାଳ ମନ୍ଦିର ନିର୍ମାଣ ହେବ।

Comments are closed.