ମଣିଷ ସମାଜ ପାଇଁ ପୁଣି ଲଜ୍ଜା : କେରଳରେ ହାତୀ ମୃତ୍ୟୁ ପରେ, ଟେପରେ ମୁହଁ ବନ୍ଧା ହୋଇଥିବା କୁକୁର ଉଦ୍ଧାର

ତ୍ରୀସୁର : କଥା କହି ପାରୁନଥିବା ଜୀବଙ୍କ ପ୍ରତି ମଣିଷ ସମାଜର ବର୍ବରତା ଦିନକୁ ଦିନ ବଢିବାରେ ଲାଗିଛି।    ସପୁରୀରେ ବାଣ ଖାଇ ଏକ ଗର୍ଭବତୀ ହାତୀରେ ମୃତ୍ୟୁ ଘଟିବା ପରେ ପୁଣି ଥରେ ମଣିଷ ସମାଜକୁ ଅଙ୍ଗୁଳି ନିର୍ଦେଶ କଲା ଭଳି ଏକ ଘଟଣ କେରଳର ତ୍ରୀସୁରରେ ଘଟି ଯାଇଛି।

ସମ୍ପୂର୍ଣ୍ଣ ରୂପେ ମୁହଁରେ ଟେପ ବନ୍ଧା ହୋଇଥିବା ଅବସ୍ଥାରେ ଏକ କୁକୁର ଉଦ୍ଧାର ହୋଇଛି । ଏଭଳି ଅବସ୍ଥାରେ କୁକୁରଟି ପ୍ରାୟ ୨ ସପ୍ତାହ ବିନା ଖାଦ୍ୟ ପାନୀୟରେ ରହିଥିଲା। ଦୁଇ ସପ୍ତାହ ପରେ ପିପୁଲ୍ ଫର୍ ଆନିମଲ୍ ୱେଲଫେୟାର ସର୍ଭିସେସ୍‌ ର ସଦସ୍ୟମାନେ ତାକୁ ଉଦ୍ଧାର କରିଥିଲେ।

ପିପୁଲ୍ ଫର୍ ଆନିମଲ୍ ୱେଲଫେୟାର ସର୍ଭିସେସ୍‌ ସଭାପତି କହିଛନ୍ତି ଯେ, ବହୁତ ଦିନ ପର୍ଯ୍ୟନ୍ତ କୁକୁରଟି ମିଳିନଥିଲା। ଭୟରେ କେଉଁଠି ଲୁଚି ରହିଥିଲା। ପ୍ରାୟ ୨ ସପ୍ତାହ ପରେ ତାକୁ ଉଦ୍ଧାର କରାଯାଇଛି। ସେପର୍ଯ୍ୟନ୍ତ ସେ ଭୋକ ଓ ଶୋଷରେ ରହିଥିଲା। ମୁହଁରୁ ଟେପ୍ ଖୋଲା ପରେ ସେ ଏକା ସାଙ୍ଗରେ ପ୍ରାୟ ୨ ଲିଟର ପାଣି ପିଇଥିଲା।

କୁକୁର ବୟସ ପ୍ରାୟ ତିନି ବର୍ଷ ହେବ। ତାକୁ ତ୍ରୀସୁରର ଓଲୋରରୁ ଉଦ୍ଧାର କରାଯାଇଛି। ପିପୁଲ୍ ଫର୍ ଆନିମଲ୍ ୱେଲଫେୟାର ସର୍ଭିସେସ୍‌ ସଦସ୍ୟମାନେ କହିଛନ୍ତି ଯେ, ଏବିଷୟରେ ଆମେ ସୂଚନା ପାଇବା ମାତ୍ରେ ତୁରନ୍ତ କୁକୁରକୁ ଉଦ୍ଧାର କରି ପାଟିରୁ ଟେପ୍ ଖୋଲିଥିଲୁ। ପ୍ରଥମେ ଆମେ ଭାବୁଥିଲୁ କୁକୁରର ପାଟିରେ କେବଳ ଗୋଟିଏ ସ୍ତର ଟେପ୍ ବନ୍ଧା ହୋଇଛି। କିନ୍ତୁ ଆମେ ଦେଖିଲୁ କୁକୁର ପାଟିରେ ଅନେକ ସ୍ତରର ଟେପ୍ ଗୁଡ଼ାଇ ହୋଇ ରହିଛି। ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି କାରଣରୁ ପାଟିରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ଏବଂ ନାକ ଚାରିପାଖରେ ଥିବା ହାଡଗୁଡ଼ିକ ମଧ୍ୟ ଦେଖାଯାଉଥିଲା।

 

 

Comments are closed.