କୁକୁର ନେଉଛି ବର୍ଷା ପାଣିର ମଜା ; ଭିଡ଼ିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି ମଜାଳିଆ ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ସଭିଁଙ୍କ ମନ ଖୁସି ହୋଇଯାଏ। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଭିଡ଼ିଓରେ ଦେଖାଯାଉଛି ଏକ କୁକୁର ରାସ୍ତା ମଝିରେ ପାଣି ମିଳିଯିବା ପରେ ଖେଳିବା ସହ ଗଡ଼ିବାକୁ ଲାଗିଲା। କୁକୁରଟିକୁ ରାସ୍ତାରେ ବର୍ଷା ପାଣି ମିଳିଯିବା ପରେ ସେ ଖୁସିରେ ଆତ୍ମବିଭୋର ହୋଇ ଖେଳିବାକୁ ଆରମ୍ଭ କରିଦେଇ ଥିଲା। ଯେଉଁଭଳି ସେ ଜୀବନକୁ ଖୁସିରେ ବଞ୍ଚିବାକୁ ଏକ ନୂତନ ମାଧ୍ୟମ ପାଇଯାଇଛି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟିକୁ ଅନେକ ଲୋକେ ଦେଖିବା ସହ ବେଶ ପସନ୍ଦ କରୁଛନ୍ତି। ପିଲାମାନେ ଯେଭଳି ପାଣିରେ ଖେଳିଲେ ଖୁସି ଓ ଆନନ୍ଦରେ ବିଭୋର ହୁଅନ୍ତି , କୁକୁରଟି ମଧ୍ୟ ବର୍ଷା ପାଣିର ବେଶ ଆନନ୍ଦ ହେଉଛି।

 

Comments are closed.