ଦେଖନ୍ତୁ ଭିଡିଓ- ସରକାରୀ ଡାକ୍ତରଖାନାର ଶଯ୍ୟାରେ ଶୋଉଛି ବୁଲା କୁକୁର -ମଧ୍ୟପ୍ରଦେଶର ଘଟଣା

ଭୋପାଳ – ମଧ୍ୟପ୍ରଦେଶର ଗୋଟିଏ ସରକାରୀ ଡାକ୍ତରଖାନାରେ ବୁଲା କୁକୁୁର ରୋଗୀମାନଙ୍କ ପାଇଁ ଉଦିଷ୍ଟ ଶଯ୍ୟାରେ ଶୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ କୁକୁରଟି ବେଶ୍‌ ନିଶ୍ଚିନ୍ତ ଭାବରେ ଶୋଇଥିବା ଦେଖିବା ପାଇଁ ମିଳିଛି ।


ରତଲାମ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହାକୁ ନେଇ ବିରୋଧିଦଳମାନଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ରାଜ୍ୟର ଚିକିତ୍ସା ବ୍ୟବସ୍ଥା ଏହି ପରି ବୋଲି କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଛି, ରୋଗୀମାନଙ୍କୁ ଶଯ୍ୟା ନମିଳୁ କିନ୍ତୁ ବୁଲା କୁକୁରକୁ ମିଳୁଛି ବୋଲି କଂଗ୍ରେସ ନେତା ନରେନ୍ଦ୍ର ଶାଲୁଜା ଟ୍ୱିଟ କରିଛନ୍ତି । ରତଲାମର ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଛୁଟିରେ ଥିବାରୁ ଘଟଣା ସମ୍ପର୍କରେ ଜାଣି ନଥିବା କହିଛନ୍ତି । ତେବେ ରୋଗୀମାନଙ୍କୁ ପରିଷ୍କାର ପରିବେଶରେ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ସେହି ସ୍ଥଳରେ ଡାକ୍ତରଖାନାରେ ସୁରକ୍ଷାରେ ସୁରକ୍ଷା କର୍ମୀଙ୍କ ଠାରୁ ନେଇ ଡାକ୍ତର ନର୍ସ ସମସ୍ତେ ଥିବା ବେଳେ ଏତେ ସମୟ ଧରି କୁକୁରଟି କିପରି ସେଠାରେ ଶୋଇ ରହିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.