ବୁଲା କୁକୁର ଆତଙ୍କ ; ନାବାଳିକା ଗୁରୁତର

କଲମପୁର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ପୁଣି ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗୋଲାମୁଣ୍ଡା ବ୍ଳକ୍ ଖଇରପଦରରେ ଗାଁରେ ଜଣେ ନାବାଳିକା ଶୌଚ ପାଇଁ ଯାଉଥିବା ବେଳେ ୧୨ରୁ ୧୪ ଟି ବୁଲା କୁକୁର ସଂଘବଦ୍ଧଭାବେ ତାକୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ଦେଖି ଧାଇଁ ଆସିବାରୁ କୁକୁରମାନେ ସେଠାରୁ ଚାଲି ଯାଇଥିଲେ । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଗଡ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ବାଞ୍ଜିବାହାଲ ଗ୍ରାମର ଜଣେ ବୃଦ୍ଧା କୁକୁର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ । ସେହିପରି ଦୁଇ ମାସ ପୂର୍ବେ ନିକଟବର୍ତ୍ତୀ ଗ୍ରାମରେ ଜଣ ୯ ବର୍ଷର ନାବାଳିକାକୁ ମଧ୍ୟ କୁକୁରମାନେ ମାରି ଦେଇଥିଲେ । କୁକୁର ଆତଙ୍କ ଯୋଗୁଁ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Comments are closed.