କାମରେ ଯୋଗଦେବାକୁ ମନାକଲେ ପଶ୍ଚିମବଙ୍ଗର ଡାକ୍ତର

କୋଲକତା .- ଜୁନିୟର ଡାକ୍ତରଙ୍କୁ ଆକ୍ରମଣପରେ ପଶ୍ଚିମବଙ୍ଗରେ ୫ ଦିନ ଧରି ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଗରୁ କାମରେ ଯୋଗ ନଦେଲେ ସେମାନଙ୍କ ବିରୁଦ୍ଧରେ ଅତ୍ୟାବଶୀକୀୟ ସେବା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ । ହେଲେ ପରେ ସେ ଏଥିରୁ ଓହରି ଯିବା ସହ ଡାକ୍ତରଙ୍କର ସମସ୍ତ ସର୍ତ୍ତମାନି ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ସେ ଅପିଲ୍‌ କରିଥିଲେ । ମାତ୍ର ମମତା ବାନାର୍ଜୀ ଠିକ୍‌ ପଦକ୍ଷେପ ଗ୍ରହଣ କରି ନଥିବା ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ସଂଘ ସୂଚନା ଦେଇଛି ।

୫ ଦିନ ତଳେ ଏନ୍‌ଆର୍‌ଏସ୍‌ ଡାକ୍ତରଖାନାରେ ଜଣଙ୍କର ହୃଦଘାତରେ ମୃତ୍ୟୁପରେ ତାଙ୍କ ସମ୍ପର୍କୀୟ ୨ ଜଣ ଜୁନିୟ ଡାକ୍ତରଙ୍କୁ ନିର୍ଧୁମ ପିଟିଥିଲେ । ଏଥିରେ ଜଣେ ଡାକ୍ତର ଗୁରିତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପରେ ଜୁନିୟଡାକ୍ତରମାନେ ଧାରଣମାରେ ବସିଛନ୍ତି ।
ଶନିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବା ସହ ସେମାନଙ୍କ ସମସ୍ତ ସର୍ତ୍ତ ମାନି ନେଇଥିବା କଥା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଡାକ୍ତରଙ୍କ ପ୍ରତି ସେ କୌଣସି ବଳ ପ୍ରୟୋଗ କରିବେ ନାହିଁ ବୋଲି କହିଥିଲେ । ସେ କଥାବାର୍ତ୍ତା ପାଇଁ ଅପେକ୍ଷା କରିଥିବା କଥା କହିଥିଲେ । ମାତ୍ର କଲିକତାରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ କଥାବାର୍ତ୍ତା ପାଇଁ ମନା କରିଦେଇଥିଲେ । କିଛି ଡାକ୍ତରଙ୍କୁ ତୃଣମୂଳ କଂଗ୍ରେସର ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ପରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଆନ୍ଦୋଳନକୁ ଦେଶ ସାରା ଡାକ୍ତରମାନେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ । ଆକ୍ରମଣରେ ଆହତ ହୋଇଥିବା ଡାକ୍ତରମାନଙ୍କୁ ମମତା ବାନାର୍ଜୀ ଦେଖା କରିବା ପାଇଁ ଯାଇ ପାରନ୍ତି ।

Comments are closed.