କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହନ: ଡ଼ାକ୍ତରଙ୍କୁ ଦିନକୁ ହଜାରେ, ନର୍ସ, ଫାର୍ମାସିଷ୍ଟଙ୍କୁ ୫୦୦

ଘରକୁ ଘର ସର୍ଭେ ନିମନ୍ତେ ଆଶା କର୍ମୀଙ୍କୁ ମାସିକ ୧ ହଜାର ଟଙ୍କା ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ଆଗଧାଡ଼ିର କରୋନା ଯୋଦ୍ଧା ତଥା କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। କରୋନା ଚିକିତ୍ସା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ। କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୈନିକ ୧ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କୁ ଦୈନିକ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ମିଳିବ ୨ଶହ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟରେ  ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ବତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।
• ଘରକୁ ଘର ବୁଲି ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ବତନ୍ତ୍ର ସର୍ଭେ କରୁଥିବା ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

Comments are closed.