କଟକରେ ଜଣେ କୋଭିଡ୍ ଯୋଦ୍ଧା ଡାକ୍ତରଙ୍କୁ କରୋନା

କଟକ : ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତର କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଏନେଇ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତର ଜଣଙ୍କ ନିକଟରେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଜଣାପଡ଼ି ନଥିବା ବେଳେ କଟକ ମହାନଗର ନିଗମ ଏବଂ ସ୍ବାସ୍ଥ୍ୟ ବିଭାଗ ଏନେଇ ତର୍ଜମା କରୁଛନ୍ତି । ଆଜି ଉକ୍ତ ଡାକ୍ତରଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସ୍ତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଜଣାପଡିଛି ।

Comments are closed.