ରିଲିଜ୍‌ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଡକ୍ଟର ଜୀ’ର ଟ୍ରେଲର

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡକ୍ଟର ଜୀ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଫିଲ୍ମରେ ଅଭିନେତା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତୀତ ଏଥିରେ ରକୁଲ ପ୍ରୀତ ସିଂହ ଓ ଶେଫାଲୀ ଶାହଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଆୟୁଷ୍ମାନ ସର୍ବଦା ଭିନ୍ନ ଧରଣର ଚଳଚ୍ଚିତ୍ର କରିବାକୁ ପ୍ରୟାସ କରନ୍ତି। ଏଥର ମଧ୍ୟ ସେ ସେହିପରି ଏକ ଭିନ୍ନ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ମହିଳାମାନେ ପୁରୁଷ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ କିପରି ଦ୍ୱିଧା ପ୍ରକାଶ କରନ୍ତି ଟ୍ରେଲରରେ ତାହା ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ଚରିତ୍ରର ନାମ ଉଦୟ ଗୁପ୍ତା।

ସାମାଜିକ ପ୍ରସଙ୍ଗ ଉପରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। କିଛି ପ୍ରଶଂସକ ଲେଖିଛନ୍ତି ଯେ, ‘ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛୁ’। ଅନୁଭୂତି କଶ୍ୟପଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଅକ୍ଟୋବର ୧୪ରେ ମୁକ୍ତିଲାଭ କରିବ।

 

Comments are closed.