ମାସ ଆରମ୍ଭରେ କରନ୍ତୁ ଏହି କାମ: ଦୂର ହେବ ସମସ୍ତ ସମସ୍ୟା, ମିଳିବ ଶୁଭ ଫଳ

ସାଧାରଣତଃ ଆମେ ସମସ୍ତେ ଚାହାନ୍ତି ଆମ ଦିନଟି କିପରି ଭଲରେ କଟୁ। ତେଣୁ ସକାଳୁ ଉଠି ପୂଜା ପାଠ କରିବା ସହ କେହି କେହି ଅନ୍ୟ କିଛି ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ କ’ଣ ଆପଣ ଜାଣନ୍ତି, ବାସ୍ତୁ ଅନୁସାରେ ମାସ ଆରମ୍ଭରୁ କିଛି ଖାସ୍‍ ଉପାୟ ଆପଣାଇଲେ ଆପଣଙ୍କର ଖାଲି ଗୋଟିଏ ଦିନ ନୁହେଁ ବରଂ ପୂରା ମାସ ଭଲରେ ବିତିବ। ଏପରି କିଛି ଖାସ୍‍ ବିଧି ଅଛି, ଯାହାକୁ ମାସ ଆରମ୍ଭରେ କଲେ ମାସ ସାରା ଆପଣଙ୍କୁ ଶୁଭ ଫଳ ମିଳିବା ସହ ଅଟକିଥିବା କାମ ମଧ୍ୟ ସମ୍ପୂର୍ଣ୍ଣ ହେବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

-ସୂର୍ୟ୍ୟାସ୍ତ ପରେ ଯେକୌଣସି ଶିବ ମନ୍ଦିରକୁ ଯାଇ ଘିଅ ଦୀପ ଜଳାଇ ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
-କୌଣସି ଗରିବ ସଧବା ମହିଳାଙ୍କୁ ଲାଲ ଶାଢ଼ି, ଲାଲ ଚୁଡ଼ି, ସିନ୍ଦୁର, ଗହଣା ଆଦି ଦାନ କରନ୍ତୁ।
-ହନୁମାନଙ୍କୁ ସିନ୍ଦୁର ଓ ଚମେଲିର ତେଲ ଚଢ଼ାନ୍ତୁ। ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ।
-ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ପଦ୍ମଫୁଲ ମାଳରେ ୧୦୮ ଥର ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ଲକ୍ଷ୍ମୀଙ୍କୁ ଗୋଲାପ ଓ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏଥିସହ ଓଁ ମହାଲକ୍ଷ୍ମୟେ ନମଃ ମନ୍ତ୍ର ଜପ କରନ୍ତୁ।
-ଖାଦ୍ୟ ତିଆରି କରିସାରିବା ପରେ ପ୍ରଥମ ରୁଟି ଗାଈକୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏଥିସହ ଜଣେ ଗରିବକୁ ପେଟ ପୂରା ଖାଇବା ଦିଅନ୍ତୁ।

Comments are closed.