ଫ୍ରେଞ୍ଚ୍‌ ଓପନ୍‌ : ତୃତୀୟ ରାଉଣ୍ଡରେ ଜୋକୋଭିକ୍‌

ପ୍ୟାରିସ୍‌ : ଏଠାରେ ଆୟୋଜିତ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ବିଭାଗ ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ନୋଭାକ୍‌ ଜୋକୋଭିକ୍‌। ଦ୍ବିତୀୟ ରାଉଣ୍ଡରେ ଜୋକୋଭିକ୍‌ ୬-୧, ୬-୨, ୬-୨ ସେଟ୍‌ରେ ବେରାନ୍‌କିଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ବାଏନା ୭-୫, ୬-୭, ୬-୩, ୩-୬, ୮-୬ ସେଟ୍‌ରେ ସାପୋଭାଲୋଭଙ୍କୁ, ଡିମିଟ୍ରୋଭ୍‌ ୬-୪, ୭-୬, ୬-୧ ସେଟ୍‌ରେ ମାର୍ଟିନ୍‌ଙ୍କୁ, କାଚାନୋଭ୍‌ ୧-୬, ୭-୬, ୭-୬, ୭-୬ ସେଟ୍‌ରେ ଭେସେଲିଙ୍କୁ, ବୁଷ୍ଟା ୬-୩, ୬-୨, ୬-୧ ସେଟ୍‌ରେ ପିଏଲାଙ୍କୁ, ଗାରିନ୍‌ ୭-୬, ୬-୨, ୬-୭, ୬-୪ ସେଟ୍‌ରେ ପୋଲମାନ୍‌ସଙ୍କୁ ଓ ଫୁସସୋଭିସ୍‌ ୭-୬, ୬-୩, ୭-୫ ସେଟ୍‌ରେ ଭିନୋଲାସ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ମହିଳା ସିଙ୍ଗଲ୍‌ସର ଦ୍ବିତୀୟ ରାଉଣ୍ଡରେ ଓଷ୍ଟିପେନ୍‌କୋ ୬-୪, ୬-୨ ସେଟ୍‌ରେ ପ୍ଲିସକୋଭାଙ୍କୁ, କେନିନ୍‌ ୩-୬, ୬-୩, ୬-୨ ସେଟ୍‌ରେ ବୋଗଡେନ୍‌ଙ୍କୁ, ସାବାଲେଙ୍କା ୭-୬, ୬-୦ ସେଟ୍‌ରେ କାସାଟକିନାଙ୍କୁ ଓ ବୋଡୋସା ୬-୪, ୪-୬, ୬-୨ ସେଟ୍‌ରେ ଷ୍ଟିଫେନ୍‌ସଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି।

Comments are closed.