ଦୀପାବଳି ଅଘଟଣ: ୨ ମୃତ, ୩ ଗୁରୁତର

ଭୁବନେଶ୍ବର: ଦୀପାବଳିରେ ଦୁଃଖଦ ଘଟଣା। ଦୀପାବଳି ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୨ ମୃତ ଓ ୩ ଗୁରୁତର ଥିବା ଜଣାପଡ଼ିଛି। ବାଣ ନେଇ ଯାଇଛି ୨ଜଣଙ୍କ ଜୀବନ। ଢେଙ୍କାନାଳ ଅଞ୍ଚଳରେ ଜଣେ ବ୍ୟାଗରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟିଛି। ବାଣ ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ବାରଦା ଗାଁର ମହେଶ୍ବର ମହାରଣା ହୋଇଥିବାବେଳେ ୨ ଗୁରୁତର ବୀରେନ ନାୟକ ଓ ପ୍ରସନ୍ନ ବ୍ରହ୍ମ ବୋଲି ସୂଚନା ମିଳିଛି। ଗୁରୁତର ୨ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦର ଥାନା ଅନ୍ତର୍ଗତ ବାରଦା ଗାଁରେ ଅଘଟଣ ଘଟିଛି। ଗାଁ ଛକରୁ ବାଣ କିଣି ଏକ ବାଇକରେ ୩ଜଣ ଯୁବକ ଯାଉଥିବାବେଳେ ଏହି ଅଘଟଣ ଘଟିଛି।

Comments are closed.