ଲାଞ୍ଜିଗଡରେ ଜିଲ୍ଲା ସ୍ତରୀୟ ପ୍ରଥମ ତୀରନ୍ଦାଜ ପ୍ରତିଯୋଗିତା,ରାଜ୍ୟ ସ୍ତରୀୟ ପାଇଁ ମନୋନୀତ ହେଲେ ୧୯ ଜଣ କୃତି ପ୍ରତିଯୋଗୀ

ଲାଞ୍ଜିଗଡ :କଳାହାଣ୍ଡି ଜିଲ୍ଲା କ୍ରୀଡାସଂସ୍ଥା ଆନୁକୂଲ୍ୟରେ ଲାଞ୍ଜିଗଡ ସ୍ଥିତ ଆଶ୍ରମ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ତୀରନ୍ଦାଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଜଗମୋହନ ପଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅତିଥିଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶିବାଶୀଷ ନାୟକ, ବେଦାନ୍ତ ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ,ଜିଲ୍ଲା କ୍ରୀଡ଼ା ସଂସ୍ଥା ସହ ସମ୍ପାଦକ ସୁନିଲ ବେହେରା,ଜିଲ୍ଲା କାଉନସିଲ ମେମ୍ବର ସମ୍ବୁ ପ୍ରସାଦ ରାଉତ,ଆଶ୍ରମ ହାଇସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି,ଜିଲ୍ଲା ଜଏଣ୍ଟ କାଉନସିଲ ମେମ୍ବର କାଳି ପ୍ରସାଦ ପଟନାୟକ,ଜିଲ୍ଲା ଫୁଟବଲ ସମ୍ପାଦକ ଏମଡି ଅବ୍ଦୁଲ ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସହଯୋଗୀତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୪୬ ଜଣ ତୀରନ୍ଦାଜ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ଏଥିରୁ ବାଳକ ଓ ବାଳିକା ବିଭିନ୍ନ ବିଭାଗର ୧୯ ପ୍ରତିଯୋଗୀଙ୍କୁ ଅତିଥିମାନେ ପଦକ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଏମାନଙ୍କ ମଧ୍ୟରେ ୯ ବର୍ଷରୁ କମ ଵର୍ଗରେ ରାଶ୍ରୀ ରାଜେଶ୍ୱରୀ ମାଝୀ,୧୪ ବର୍ଷରୁ କମ ବାଳକ ବର୍ଗରେ ହିତେଶ କୁମାର ମହାଖୁଡ଼,ବିକ୍ରମ ମାଝୀ, ଥବିର ମାଝୀ, ଓଁମକାର ମାଝୀ ଓ ବାଳିକା ବର୍ଗରେ ଆରତୀ ମୁଣ୍ଡା, ଜୁଲି ମୁଣ୍ଡା,ସୋନୁ ମାଝୀ, ପ୍ରିୟସା ନାଏକ,ରଚନା ମାଝୀ, କଳ୍ପିତା ପ୍ରଧାନ,୧୭ ବର୍ଷରୁ କମ ସବ ଜୁନିୟର ବାଳିକା ବର୍ଗରେ ମଧୁସ୍ମିତା ମୁଣ୍ଡା ଓ ବାଳକ ବର୍ଗରେ ସଞ୍ଜୟ ମାଝୀ, ଶୀମାଞ୍ଚଳ ମାଝୀ,ଅର୍ଜୁନ ମାଝୀ,ଚନ୍ଦ୍ରକାନ୍ତ ଭୋଇ,୧୯ ବର୍ଷରୁ କମ ଜୁନିୟର ଵର୍ଗ ଓ ୨୦ ବର୍ଷରୁ ଉର୍ଦ୍ଧ୍ବ ସିନିୟର ଵର୍ଗରେ ନିଥ ନିଆଲ ମଲ୍ଲିକ ଓ ମିଥୁନ ନାଏକ ଏହି ୧୯ ଜଣ ପ୍ରତିଯୋଗୀମାନେ କୃତି ଅର୍ଜନ କରି ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରର କୋଚ ଶୀମାଞ୍ଚଳ କାଟ୍ରାକା,ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ଖେଳ ଶିକ୍ଷକ ଶିତାକାନ୍ତ ପ୍ରଧାନ ଓ ଖେଳ ଶିକ୍ଷକ ଜୟଲାଲ ଭୋଇ ପ୍ରତିଯୋଗୀତା ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମଟିକୁ ବେଦାନ୍ତ ଆଲୁମିନା ସିଏସଆର ଅଭିନୟ ପ୍ରତାପ ପରିଚାଳନା କରିଥିବା ବେଳେ ଶ୍ରୀମୁଖ ଅଗସ୍ତି,ସାନିନୀ ଏନ ଏସ, ଦିଲ୍ଲୀପ ପ୍ରଜାପତି,ଖେଳ ଶିକ୍ଷୟତ୍ରୀ ବନିତା ଧଙ୍ଗଡାମାଝୀ,ଖେଳ ଶିକ୍ଷୟତ୍ରୀ ନଳିନୀ ମୁଣ୍ଡଛିନା,ମୃତ୍ୟୁଞ୍ଜୟ ଅଗ୍ରୱାଲ, ରିତୁ ପର୍ଣ୍ଣି ଚାଟାର୍ଜୀ ପ୍ରମୁଖ ସହଯୋଗ କରିଥିଲେ।

Comments are closed.