ଯାତ୍ରା ଟିକେଟକୁ କେନ୍ଦ୍ର କରି ଗଣ୍ଡଗୋଳ, ଜାଳିଦେଲେ କମିଟି ସଦସ୍ୟଙ୍କ ଅଟୋ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାରରେ ଯାତ୍ରା ଟିକେଟକୁ ନେଇ ଗଣ୍ଡଗୋଳ। କମିଟି ସଦସ୍ୟଙ୍କ ଅଟୋ ଜାଳିଦେଳେ ନିଶାସକ୍ତ ଯୁବକ।

ସୂଚନା ଅନୁସାରେ, ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ ଯାତ୍ରା ପାର୍ଟି କାଲି ପ୍ରଥମ ରାତି ଯାତ୍ରା ପରିବେଷଣ କରୁଥିଲା। ରମାକାନ୍ତ ରାଉଳ ଏବଂ ତାଙ୍କ ପୁଅ ଦୀପକ ରାଉଳ ଯାତ୍ରାରେ କମିଟି ମେମ୍ବର ରହିଥିଲେ। ରାତି ୧୨ଟା ସମୟରେ ଗଣ୍ଡିବେଡ଼ ଗ୍ରାମର ପୁପୁନ ଜେନା ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଯାତ୍ରା ପେଣ୍ଡାଲ ପାଖକୁ ଯାଇ ଟିକେଟକୁ କେନ୍ଦ୍ରକରି ଦୀପକଙ୍କ ସହ ଝଗଡ଼ା କରିଥିଲା। ଏଥିରେ ପୁପୁନ ଉତ୍ତ୍ୟକ୍ତ ହୋଇ ରମାକାନ୍ତଙ୍କ ଘର ଗେଟ ଡେଇଁ ତାଙ୍କ ଅଟୋରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ରାମାକାନ୍ତଙ୍କ ଘରେ ସମସ୍ତ ସଦସ୍ୟ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ପଡ଼ୋଶୀ ଅଟୋ ଜଳୁଥିବା ଦେଖି ରାମାକାନ୍ତଙ୍କୁ ଫୋନ କରିଥିଲେ। ରମାକାନ୍ତ ଘରକୁ ଆସି ଅଟୋ ଜଳୁଥିବା ଦେଖି ଖଇରା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁପୁନକୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି।

 

 

Comments are closed.