ଡିଜେଲ ଚୋରା କାରବାର: ବିକ୍ରେତା ଓ ଗ୍ରାହକ ଉଭୟେ ଗିରଫ

ଦେବଗଡ :ଦେବଗଡ ଥାନା ପୁଲିସ ଆଜି ଦେବଗଡ ଥାନାଂଚଳର ବଗଛେରା ଗ୍ରାମରୁ୧୦୦ଲିଟର ଚୋରା ଡିଜେଲ ଜବତ କରିବାସହ ବେଆଇନ ଡିଜେଲ କାରବାର ଅଭିଯୋଗରେ ଉକ୍ତଗ୍ରାମର ଜଣେ ଚୋରା ବ୍ୟବସାୟୀ ଓ ଜଣେ ଗ୍ରାହକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଗଛେରା ଗ୍ରାମରେ ଥିବା ଏକ ନିର୍ମାଣ କାରୀ ସଂସ୍ଥାର କ୍ରସର ୟୁନିଟକୁ ପଥର ଯୋଗାଉଥିବା ହାଇୱା ଟ୍ରକ ମାନଙ୍କରୁ ଶସ୍ତାରେ ଡିଜେଲ କିଣାଯାଇ ଉକ୍ତ ଗ୍ରାମରେ ବିକ୍ରୀ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଥାନା ପୁଲିସ ଉକ୍ତ ଅଂଚଳରେ ଆଜି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଉକ୍ତ ଗ୍ରାମର ବାବୁଲି ଲାକ୍ରା(୨୫)ଚୋରା ଡିଜେଲ କାରବାର କରୁଥିବା ଜାଣିବାକୁ ପାଇବା ସହ ସେ ଡିଜେଲ ବିକ୍ରୀ କରୁଥିବା ସ୍ଥାନରେ ହଠାତ ଚଢାଉ କରିଥିଲା। ଚଢାଉ ସମୟରେ ସେଠାରୁ ୧୦୦ଲିଟର ଚୋରା ଡିଜେଲ ଜବତ କରିବା ସହ ବାବୁଲି ଲାକ୍ରାକୁ ଗିରଫ କରିଥିଲା। ଏଥିସହ ବାବୁଲି ଠାରୁ ଚୋରା ଡିଜେଲ କିଣୁଥିବା ବଡବାହାଳ ଗ୍ରାମର ଯୋଗେଶ୍ୱର ପ୍ରଧାନଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଳାଣ କରା ଯାଇଥିବା ଜଣାପଡିଛି।

Comments are closed.