ଏଆର୍‍ ଇଣ୍ଡିଆ,ଏମ୍‍ଟିଏନ୍‍ଏଲ୍‍ ଓ ବିଏସ୍‍ଏନ୍‍ଏଲ୍‍ ଘରୋଇକରଣ ପାଇଁ ନୀତିଗତ ନିଷ୍ପତ୍ତି ହୋଇ ନାହିଁ : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଏଆର୍‍ ଇଣ୍ଡିଆ, ମହାନଗର ଟେଲିଫୋନ ନିଗମ ଳିମିଟେଡ (ଏମ୍‍ଟିଏନ୍‍ଏଲ୍‍) ଓ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‍ଏନ୍‍ଏଲ୍‍)ର ଘରୋଇକରଣ ପାଇଁ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ସଂପୃକ୍ତ ସଂସ୍ଥା ସହିତ ଏନେଇ ଆଲୋଚନା ଚାଲିଛି କିନ୍ତୁ ଚୁଡାନ୍ତ ନିଷ୍ପତ୍ତି ହୋଇନାହଁ । ତେବେ ଏନେଇ ଚାଲିଥିବା ଅପପ୍ରଚାର ପ୍ରତି ଧ୍ୟାନ ନ ​ଦେବାକୁ ସେ କହିଛନ୍ତି। ଶୁକ୍ରବାର ପୁଣେଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ଛୋଟ ଓ କ୍ଷୁଦ୍ର ଶିଳ୍ପର ଉନ୍ନତି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ଚଳିତ ବର୍ଷର ବଜେଟରେ ଯଥେଷ୍ଟ ପଦକ୍ଷେପ ନିଆଯାଇଛି।

ଅନ୍ୟପକ୍ଷରେ ରାଫେଲ ଯୁଦ୍ଧ ବିମାନ ସଂଗ୍ରହ ସମୟରେ କରାଯାଇଥିବା ଶସ୍ତ୍ର ପୂଜନକୁ ସେ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଏହା ଆମର ପରମ୍ପରା ଓ ପରମ୍ପରାର ପାଳନ କରିବାରେ କୌଣସି ଅସୁବିଧା ନାହିଁ । ଧାରା ୩୭୦ର ଉଚ୍ଛେଦ ସଂକ୍ରାନ୍ତରେ ବିରୋଧୀ ଦଳଗୁଡ଼ିକର ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, ସମଗ୍ର ଦେଶ ଏହାକୁ ସ୍ୱାଗତ କରିଛି। ସାଙ୍ଗଲି ଓ କୋହ୍ଲାପୁରର ବନ୍ୟା ବିପନ୍ନମାନଙ୍କୁ ସରକାର ଠିକ୍‍ ସମୟରେ ସହାୟତା ପ୍ରଦାନ କରିଥିବାର ସେ କହିଛନ୍ତି।

Comments are closed.