ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ : ଲୋକସଭାରେ ଆଲୋଚନା ଜାରି

ନୂଆଦିଲ୍ଲୀ :  ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ଜାରି ରହିଛି। ସିଏଏକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା ଓ ତା’ପରର ସ୍ଥିତି ସଂପର୍କରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଦାବି ସହ ଗୃହ ମୁଲତବୀ ହୋଇଥିଲା।

ହୋଲି ଅବକାଶ ପରେ ବୁଧବାର ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ ଦଙ୍ଗାକୁ କେନ୍ଦ୍ରକରି ବିରୋଧୀ ଦଳର ସଦସ୍ୟ ମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ପ୍ରଥମେ ଲୋକସଭାକୁ ଦିନ ୧୨ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଓ ପରେ ଗୋଟାଏ ୩୦ ମିନିଟ୍‍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରେ ଅପରାହ୍ନ ଗୋଟାଏ ୩୦ ମିନିଟରେ  ଗୃହର ବୈଠକ  ପୁନର୍ବାର ଆରମ୍ଭ ହୋଇଥିଲା।

ତେବେ ଅପରାହ୍ନ ବୈଠକରେ ଗୃହରେ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି। ବିରୋଧୀ  ଦଳ ନେତା ଅଧୀର ରଂଜନ ଚୌଧୁରୀ ଆଲୋଚନା ଆରମ୍ଭ କରିଥିଲେ। ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଗୃହରେ ଆଲୋଚନା ଜାରି ରହିଛି।

ଅନ୍ୟପକ୍ଷରେ ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଅପରାହ୍ନ ୨ଟା ଓ ପରେ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ରଖାଯାଇଛି।

Comments are closed.