ରେକର୍ଡ ସଂଖ୍ୟକ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୨୮,୬୯୭କୁ ବୃଦ୍ଧି

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରୁ ରେକର୍ଡ ସଂଖ୍ୟକ ଆଉ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୨୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ଏହି ୧୮୧୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୨୮,୬୯୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୭୦୦, ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬, ଢେଙ୍କାନାଳରୁ ୧୧୬ ଓ ସୁନ୍ଦରଗଡରୁ ୧୦୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ସମ୍ବଲପୁରରୁୁ ୬୨, ରାୟଗଡାରୁ ୫୫, କେନ୍ଦୁଝରରୁ ୩୭, ଅନୁଗୋଳରୁ ୩୪, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୨, ଯାଜପୁରରୁୁ ୨୦, ବରଗଡ଼ରୁ ୧୯, ବାଲେଶ୍ୱରରୁ ୧୭, ବଲାଙ୍ଗିରରୁ ୨୨ ଓ ମୟୂରଭଞ୍ଜରୁ ୧୫ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୪, ଭଦ୍ରକରୁ ୧୩ ଓ ଦେବଗଡ଼ ଏବଂ ନବରଙ୍ଗପୁରରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଜଗତସିଂହପୁର ଓ ଝାରସୁଗୁଡାରୁ ୮ ଜଣ ଲେଖାଏଁ, ପୁରୀରୁ ୬, ବୌଦ୍ଧରୁ ୫, ସୁବର୍ଣ୍ଣପୁରରୁ ୪ ଏବଂ ମାଲକାନଗିରିରୁ ୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.