ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଅଭ୍ୟାସ ପ୍ରଦର୍ଶନ

ତିଗିରିଆ :  ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ପରିଚାଳନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀସ୍ତରୀୟ ସାମୁହିକ ଅଭ୍ୟାସ ପ୍ରଦର୍ଶନ ସୋମବାର ଅନୁଷ୍ଠିତ ହୋଇଯାଇଛି। ତିଗିରିଆ ବ୍ଳକର ଅନ୍ତର୍ଗତ ବଉଳାଙ୍ଗ, ହାଟମାଳ ଏବଂ  ଗଦାଧରପୁର ଗ୍ରାମରେ ଥିବା ବାତ୍ୟା, ବନ୍ୟା ବିିପର୍ଯ୍ୟୟ ଆଶ୍ରୟସ୍ଥଳ ଠାରେ ସାମୁହିକ ଅଭ୍ୟାସ ପ୍ରଦର୍ଶନ କରଯାଇଥିଲା। ତିଗିରିଆ ଅଗ୍ନିଶମ ବିଭାଗ ଏବଂ ବ୍ଲକ ସ୍ତରୀୟ ଆପଦ ମିତ୍ରମାନେ ବାତ୍ୟା, ବନ୍ୟା ବେଳେ କିଭଳି ଭାବେ ଆଖ ପାଖରେ ଉପଲବ୍ଧ ଉପକରଣକୁ ବ୍ୟବହାର କରି ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରାଯିବ ସେନେଇ ଅଭ୍ୟାସ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଉଳାଙ୍ଗ ଠାରେ ତହସିଲଦାର ପ୍ରମୋଦ କୁମାର ବାସ୍କେ, ହାଟମାଳ ଏବଂ ଗଦାଧରପୁର ଠାରେ ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ବାଇଁ ଯୋଗଦେଇଥିବା ବେଳେ ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ବ୍ଲକ ନୋଡାଲ ଅଧିକାରୀ ଭାବେ ସାମାଜିକ ସୁରକ୍ଷା ଅଧିକାର ଗଙ୍ଗାଧର ବେହେରା, ସ୍ବେଚ୍ଛାସେବୀ ସଂଗଠନ ବିକାଶର କାର୍ଯ୍ୟକ୍ରମ ଅଧିକାରୀ ସୂଚିତ କୁମାର ସାହୁ, ତିଗିରିଆ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ବେହେରାଙ୍କ ସହିତ ଅଗ୍ନିଶମ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଆଶ୍ରୟ ସ୍ଥଳ ଗୁଡ଼ିକର କର୍ମକର୍ତ୍ତା ଗଦାଧରପୁର ଆଶ୍ରୟ ସ୍ଥଳ ସଭାପତି ପୁଷ୍ପିତା ସ୍ବାଇଁ ଓ ସମ୍ପାଦକ ସୁରେନ୍ଦ୍ର ସ୍ବାଇଁ, ହାଟମାଳର ସମ୍ପାଦକ ବ୍ରଜବନ୍ଧୁ ପଣ୍ଡା, ବଉଳାଙ୍ଗ ସଭାପତି ପ୍ରିତିମୟୀ ପଣ୍ଡା ଓ ସମ୍ପାଦକ  ବସନ୍ତ ସାମଲ ପ୍ରମୁଖ ନିଜ ନିଜ ଆଶ୍ରୟ ସ୍ଥଳ ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ଜନସାଧାରଣ, ଯୁବଗୋଷ୍ଠୀ, ମିଶନଶକ୍ତି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଗ୍ରାମ ମୁରବୀମାନେ  ଉପସ୍ଥିତ ରହିଥିଲେ।

Comments are closed.