ଥିଏମ୍ ପୁରୁଷ ସିଙ୍ଗଲ୍ସ ଚମ୍ପିଆନ
ବେଜିଂ : ଚୀନ୍ ଓପନ୍ ଟେନିସ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଚମ୍ପିଆନ୍ ହୋଇଛନ୍ତି ଟପ୍ ସିଡ୍ ଅଷ୍ଟ୍ରିଆର ଡମିନିକ୍ ଥିଏମ୍। ରବିବାର ଖେଳା ଯାଇଥିବା ଫାଇନାଲରେ ମ୍ୟାଚ୍ରେ ଥିଏମ୍ ଗ୍ରୀସ୍ର ଷ୍ଟିଫାନସ୍ ସିସିପାସ୍ଙ୍କୁ ୩-୬, ୬-୪, ୬-୧ ସେଟ୍ରେ ପରାସ୍ତ କରିଛନ୍ତି। ଡମିନିକ୍ ଥିଏମ୍ଙ୍କ ପେସାଦାର ଟେନିସ୍ ଜୀବନରେ ଏହା ତାଙ୍କ ୧୫ତମ ଟାଇଟଲ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିବା ବାଟରେ ଡମିନିକ୍ ଥିଏମ୍ ପୂର୍ବତନ ବିଶ୍ବର ୧ନଂ ଖେଳାଳି ବ୍ରିଟେନ୍ର ଆଣ୍ଡି ମରେଙ୍କୁ ପରାସ୍ତ କରିଥିଲେ। ଏଠାକାର ବିଜୟ ସହ ୨୬ ବର୍ଷ ବୟସ୍କ ଡମିନିକ୍ ଥିଏମ୍ ସିଜିନ୍ର ଶେଷ ଟୁର୍ଣ୍ଣାମେଣ୍ଟ ଏଟିପି ଫାଇନାଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
Comments are closed.