ଗ୍ରାହକଙ୍କ ପାଇଁ ସୁବିଧାଜନକ ହେଉଛି ଡିଜିଟାଲ୍ ପ୍ଲାଟଫର୍ମ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ଗ୍ରାହକ ଯେଭଳି ନିଜ ଘରେ ବସି ସମସ୍ତ ଆବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ, ସେଥିପାଇଁ ଏବେ ସମସ୍ତ ଉତ୍ପାଦନକାରୀ କମ୍ପାନୀଗୁଡିକ ଅନ୍‍ଲାଇନ କାରବାରକୁ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଗ୍ରାହକଙ୍କୁ ନିଜ ସୁରକ୍ଷା ପ୍ରତି ବିପଦକୁ ଡାକିବାକୁ ପଡିବ ନାହିଁ ଏବଂ ସେମାନେ ସଂସର୍ଗ ବିହୀନ କ୍ରୟ ଅନୁଭୂତି ପାଇପାରିବେ। ପ୍ରଥମେ ଏଫଏମସିଜି ଏବଂ ପୋଷାକ ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଏହି ପନ୍ଥା ଆପଣେଇଥିବାବେଳେ ପରବର୍ତ୍ତୀ ସମୟରେ ପର୍ସନାଲ କେୟାର ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ମଧ୍ୟ ସେହି ରାସ୍ତା ବାଛିଥିଲେ। ପରେ ଅଳଙ୍କାର ଠାରୁ ଆରମ୍ଭ କରି ଔଷଧ ଏବଂ ଏବେ ସାନିଟାରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ସେମାନଙ୍କ ସାମଗ୍ରୀ ଯୋଗାଣ ଆରମ୍ଭ କରିଛନ୍ତି। ଏହି ଉତ୍ପାଦ ବଜାରରେ ଦେଶରେ ଅଗ୍ରଣୀ ସ୍ଥାନରେ ଥିବା ପେରିଓୟାର ତାହାର ଅନଲାଇନ୍ ପ୍ଲାଟଫର୍ମ ‘ପେରିଓୟାର ସେଫ୍ ବାଏ’ ମାଧ୍ୟମରେ ଉତ୍ପାଦକୁ ଗ୍ରାହକଙ୍କ ପାଇଁ ଅଧିକ ସହଜରେ ଉପଲବ୍ଧ କରାଇପାରୁଛି। ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ପେରିଓୟାର ଉତ୍ପାଦର କ୍ରୟ କରିବା ସହିତ, ସର୍ଭିସ ପାଇଁ ପ୍ଲମ୍ବିଂ ଟେକ୍ନିସିଆନଙ୍କ ବୁକିଂ, ମରାମତି ସମ୍ପର୍କିତ ଅନୁସନ୍ଧାନ ତଥା ନିକଟତମ ରିଟେଲ ପାର୍ଟନର ଓ ପ୍ରଡକ୍ଟ ସ୍ପେଶାଲିଷ୍ଟଙ୍କ ସହିତ ସଂଯୁକ୍ତ କରାଇବା ଆଦି ଜରିଆରେ ଘରେ ବା କାର୍ଯ୍ୟସ୍ଥଳରେ ରହି ସୁରକ୍ଷିତ ଭାବରେ କରାଯାଇପାରିବ। ଏହି ପ୍ଲାଟଫର୍ମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ, ପେରିଓୟାର ନିକଟରେ ମାର୍କେଟିଂ ଅଭିଯାନର ଆରମ୍ଭ କରିଛି। ଏଥିରେ ପେରିଓୟାର କିପରି ନିରାପଦ କ୍ରୟ ଓ ସୁବିଧାଜନକ କ୍ରୟ ଅନୁଭୂତି ପ୍ରଦାନ କରେ ତାହାକୁ ଦର୍ଶାଯାଇଛି। ଟାପ୍ ଟୁ ପଟରେ ଏହା ସୂଚୀତ କରାଯାଇଛି ଯେ ପେରିଓୟାରର ଅନେକ ଉତ୍ପାଦର ସମାହାର ରହିଛି ଓ ପିଓଟି – ପ୍ରଡକ୍ଟସ, ଆଉଟଲେଟ୍ସ ଓ ଟେକ୍ନିସିଆନ – ଯାହାକି ଗ୍ରାହକ ଆଙ୍ଗୁଳି ସ୍ପର୍ଶରେ ପାଇପାରିବେ।

Comments are closed.