ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତ ,ମୃତକଙ୍କ ସଂଖ୍ୟା ହ୍ରାସ ପାଇଛି। ଗତକାଲି ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିବା ବେଳ ୨୪ ଘଣ୍ଟାରେ ୭ ଆକ୍ରାନ୍ତ ଚିକିସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୧୭୭୮ ଛୁଇଁଛି। ୩,୮୯୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ କଟକରୁ ୩, ପୁରୀ, ସୁନ୍ଦରଗଡ, ବାଲେଶ୍ୱର ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.