କେନାଲ ଗର୍ତ୍ତରୁ ମୃତ ନବଜାତ ଶିଶୁକନ୍ୟା ଉଦ୍ଧାର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମ ନିକଟସ୍ଥ କେନାଲ ଗର୍ତ୍ତରୁ ବୁଧବାର ଅପରାହ୍ନରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ୟା ଭୃଣହତ୍ୟା ବିରୋଧରେ ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ରା କରି ସଚେତନ କରାଯାଉଥିବା ବେଳେ ଆଜି କେନାଲ ଗାତରୁ ନବଜାତ ଶିଶୁ କନ୍ୟାକୁ ମୃତାବସ୍ଥାରେ ଉଦ୍ଧାର କରାଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାଶ ଯେ, ଆଜି ଭୋରୁ କେହି ଶିଶୁ କନ୍ୟାଟିକୁ କେନାଲ ଗାତରେ ଫୋପାଡ଼ି ଦେଇଥିଲା । ସକାଳେ ସେପଟ ଦେଇ ଯାଉଥିବା ଲୋକେ ଏହା ଦେଖିବା ପରେ ଘଟଣା ଚାରିଆଡ଼େ ପ୍ରଚାର ହୋଇଯାଇଥିଲା । ଏ ଖବର ପୋଲିସ ପାଇବା ପରେ ଦମକଳବାହିନୀ ସହାୟତାରେ ମୃତ ଶିଶୁ କନ୍ୟାଟିକୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ କେସ୍ ନଂ ୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

Comments are closed.