ଦିଲ୍ଲୀରେ କ୍ରିକେଟ ଖେଳିବେ ସାହାରପଡାର ଦିବ୍ୟାଙ୍ଗ ଗଣେଶ ପାତ୍ର

ପାଟଣା : ବିଶ୍ବ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଦିବ୍ୟାଙ୍ଗ କଣ୍ଟ୍ରୋଲ ବୋର୍ଡ ଅଫ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀ ଠାରେ ଡିସେମ୍ବର ୧୦ ଓ ୧୧ ରେ ବିଶ୍ବ ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ସାହାରପଡା ବ୍ଲକ ବାଲିପଶି ଗ୍ରାମର ଗଣେଷ ପାତ୍ର(୨୭)ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଓଡିଶା ହୁଇଲ ଚେୟାର କ୍ରିକେଟ ଟିମର ଅଧିନାୟକ ତଥା ସଂଯୋଜକ ଅଭୟ ଜେନା ମଧ୍ୟ କେନ୍ଦୁଝର ଜିଲ୍ଲାର। ତାଙ୍କ ଘର ସଦର ବ୍ଳକ ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମରେ। ଏହି ପ୍ରତିଯୋଗିତାରେ ଦିଲ୍ଲୀ, ହରିୟାନା ଏବଂ ଓଡିଶା ଦଳ ଅଂଶଗ୍ରହଣ କରିବେ। ନୂଆ ଦିଲ୍ଲୀର ଛତ୍ରପୁରସ୍ଥିତ ଲୋହିୟା ଫାର୍ମ ହାଉସ ପଡିଆରେ ଅନୁଷ୍ଠିତ ହେବ ବୋଲି ଦିବ୍ୟାଙ୍ଗ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ ଇଣ୍ଡିଆ ପକ୍ଷରୁ ଇଣ୍ଡିଆନ ହୁଇଲ ଚେୟାର କ୍ରିକେଟ୍ ସିଇଓ ଗଜଲ ଖାନଙ୍କ ଚିଠିର ସୂଚନା ମିଳିଛି ।

Comments are closed.