ମଧୁମେହ ରୋଗୀଙ୍କ ପାଇଁ ମହୌଷଧୀ ଏହି ଖାଦ୍ୟ ଦ୍ରବ୍ୟ

ମଧୁମେହ ରୋଗୀମାନେ ସର୍ବଦା ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ। କାରଣ ମଧୁମେହ ଏକ ଗମ୍ଭୀର ରୋଗ ଅଟେ। କିନ୍ତୁ ଆପଣ ଚାହିଁଲେ ଏହାକୁ ନିୟନ୍ତ୍ରଣ କରିପାରିବେ। ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଯିବାରୁ ମଧୁମେହ ରୋଗ ହୋଇଥାଏ। ଏହାଦ୍ବାରା ଶରୀରରେ ଇନସୁଲିନ ସଠିକ ଭାବେ କାର୍ଯ୍ୟ କରି ନ ଥାଏ। ଏହାସହ ମଧୁମେହ ରୋଗୀମାନଙ୍କୁ ଅନେକ ରୋଗ ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ନିଜ ସ୍ବାସ୍ଥ୍ୟ ପ୍ରତି ଖୁବ ସଚେତନ ହେବା ଆବଶ୍ୟକ। ଆସନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ  ..

ଗାଜର :

ଗାଜର ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଖାଇବା ଦ୍ବାରା ମଧୁମେହ ରୋଗ ଠାରୁ ମୁକ୍ତି ମିଳିଥାଏ।  ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିଥାଏ। ଏହାସହ ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ। ଗାଜରରେ ପ୍ରାକୃତିକ ଶର୍କରାର ରହିଛି। ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ଅଟେ।

ପାଳଙ୍ଗ :

ପାଳଙ୍ଗରେ ଭରପୂର ମାତ୍ରାରେ ଭିଟାମିନ ରହିଛି। ଏହାସହ ପାଳଙ୍ଗରେ ମ୍ୟାଗ୍ନେସିୟମ ଓ ଆଇରନ ରହିଛି। ଏହା ଆପଣଙ୍କ ଆଖି ପାଇଁ ଭଲ ଅଟେ। ପାଳଙ୍ଗ ଖାଇବା ଦ୍ବାରା ଚିନ୍ତା ଜନିତ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ପାଳଙ୍ଗ ଖାଇବା ଦ୍ବାରା ତାହା ଶୀଘ୍ର ହଜମ ହୋଇ ଯାଉଥିବାରୁ ଏହା ରକ୍ତରେ ଶର୍କରାକୁ ବଢିବାକୁ ଦେଇ ନ ଥାଏ।

ମେଥି :

ମେଥି ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ରହିଥାଏ। ଏହା ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ। ମେଥିରେ ଫାଇବର ଥିବାରୁ ଏହା ରକ୍ତକୁ ସଫା କରିବାରେ ସହାୟକ ହୋଇଥାଏ। ମଧୁମେହ ରୋଗୀମାନେ ୧୦ଗ୍ରାମ ମେଥି ଦାନାକୁ ଗରମ ପାଣିରେ ପକାଇ ସେହି ପାଣିକୁ ପିଅନ୍ତୁ। ଏପରି କରିବା ଦ୍ବାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ। ଏହା ଦ୍ବାରା ହଜମ କ୍ରିୟା ସଠିକ ଭାବେ ହୋଇଥାଏ।

ଡାଲଚିନି :

ଡାଲଚିନି​‌କୁ ନିୟମିତ ଖାଇବା ଦ୍ବାରା ଟାଇପ-୨ ମଧୁମେହ ରୋଗ ଠାରୁ ମୁକ୍ତି ମିଳିଥାଏ।

ବିଟ୍ :

ବିଟ୍‌ରେ ନାଇଟ୍ରେସ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ବାରା ରକ୍ତ ଚାପ ନିୟନ୍ତ୍ରିତ ହୋଇଥାଏ। ଏହାସହ ରକ୍ତରେ ଶର୍କରାର ପରିମାଣ ମଧ୍ୟ ବୃଦ୍ଧି ହେବାକୁ ଦେଇ ନ ଥାଏ।

Comments are closed.