ଭାରତର ବିଜୟରେ ସାମିଲ ହେଲେ ମାହି: ବିଶ୍ବକପ ପରେ ପ୍ରଥମ ଥର ପାଇଁ ଡ୍ରେସିଂ ରୁମରେ ପହଞ୍ଚିଲେ

ରାଞ୍ଚି : ରାଞ୍ଚିରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧ ଇନିଂସ ଏବଂ ୨୦୨ରନ୍‌ ବ୍ୟବଧାନରେ ମଙ୍ଗଳବାର ପରାସ୍ତ କରିଛି। ଯାହାଫଳରେ ଭାରତ ଅନ୍ତିମ ମ୍ୟାଚରେ ବିଜୟ ସହିତ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍-ସୁଇପ କରିଛି। ଭାରତର ଏହି ବିଜୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ଧୋନି ସାମିଲ ହୋଇଛନ୍ତି। ସେ ଡ୍ରେସିଂ ରୁମ ଯାଇ ନିଜ ସାଥୀମାନଙ୍କୁ ଭେଟିଥିବା ନଜର ଆସିଛି। ଏହାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଫଟୋ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛି।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଧୋନିଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ସିରିଜରେ ସଫଳତା ପରେ ଏହି ମହାନ ଖେଳାଳିଙ୍କୁ ଦେଖି ଖୁସି ଲାଗିଲା।

Comments are closed.