ବିଶ୍ବ ଐତିହ୍ୟ ତାଲିକାରେ ଧୋଲାବିରା

ନୂଆଦିଲ୍ଲୀ: ହରପପ୍ପା ବା ସିନ୍ଧୁ ସଭ୍ୟତା ସମୟର ସହର ଗୁଜରାଟର ଧୋଲାବିରା ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନୀତ ହୋଇଛି। ମଙ୍ଗଳବାର ୟୁନେସ୍କାର ବିଶ୍ବ ଐତିହ୍ୟ କମିଟି ଧୋଲାବିରାକୁ ଏହାର ତାଲିକାରେ ସ୍ଥାନୀତ କରିଛି। ଚୀନରେ ଚାଲିଥିବା ୪୪ତମ ୟୁନେସ୍କୋ ବିଶ୍ବ ଐତିହ୍ୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୪୫୦୦ ବର୍ଷ ପୂର୍ବେ ଭାରତରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। ଧୋଲାବିରା ଏହି ସଭ୍ୟତା ସମୟର ସହର। ଏହା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅନ୍ୟତମ ପ୍ରମୁଖ ସ୍ଥାନ ଭାବେ ପରିଚିତ।

୧୯୬୭ରେ ଏହାକୁ ଆବିଷ୍କାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଖନନ କରାଯାଇ ଏହାର ଉଦ୍ଧାର କରାଯାଇଥିଲା। ମେସୋପଟାମିଆଁ ସଭ୍ୟତା ସହିତ ଏହାର ସମ୍ପର୍କ ରହିଛି। ଏହା ପୂର୍ବରୁ ରବିବାର ତେଲଙ୍ଗାନାର ରାମପ୍ପା ବା କାକଟ୍ୟ ରୁଦ୍ରେଶ୍ବର ମନ୍ଦିରକୁ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥିଲା। କାକଟ୍ୟ ରାଜବଂଶ ଦ୍ବାରା ତ୍ରୟୋଦଶ ଶତାବ୍ଦୀରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଧୋଲାବିରାକୁ ମିଶାଇ ଏବେ ଭାରତର ୪୦ଟି ସ୍ଥାନ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି।

Comments are closed.