‘ଧୋଖା-ରାଉଣ୍ଡ ଦି କର୍ଣ୍ଣର’: ସସ୍‌ପେନ୍ସ ଥ୍ରୀଲରରେ ଭରପୁର ଆର ମାଧବନଙ୍କ ଫିଲ୍ମ, ଦେଖନ୍ତୁ ଟିଜର୍‌

ମୁମ୍ବାଇ: ବଲିଉଡ଼ ଅଭିନେତା ଆର ମାଧବନଙ୍କ ଆଗାମୀ ଚଳଚ୍ଚିତ୍ର ‘ଧୋଖା : ରାଉଣ୍ଡ ଦି କର୍ଣ୍ଣର’ର ଟିଜର ବୁଧବାର ରିଲିଜ୍ ହୋଇଛି। ଏହି ସସ୍‌ପେନ୍ସ ଥ୍ରୀଲର ଫିଲ୍ମର ଟିଜର୍‌ ଖୁବ୍ ଦମ୍‌ଦାର ହୋଇଛି। ଏଥିରେ ଅପାରଶକ୍ତି ଖୁରାନା ଓ ଦର୍ଶନ କୁମାର ମଧ୍ୟ ଅଭିନୟ କରିଛନ୍ତି। ରହସ୍ୟରେ ଭରପୁର ଏହି ଚଳଚ୍ଚିତ୍ର ଏକ ଦମ୍ପତିଙ୍କ ଜୀବନ ଉପରେ ଆଧାରିତ।

ଫିଲ୍ମର ଟିଜର ଜଣେ ଆତଙ୍କବାଦୀ ବିଲଡିଂ ଭିତରେ ଲୁଚି ରହିଥିବା ଦୃଶ୍ୟରୁ ଆରମ୍ଭ ହୋଇଛି। ଟିଜରରେ ଅଭିନେତ୍ରୀ ଖୁଶାଲୀ କୁମାର ଏକ କାହାଣୀ ଶୁଣାଉଥିବା ଦେଖିବାକୁ ମିଳିଛି। କୁକି ଗୁଲାଟୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ସେପ୍ଟେମ୍ବର ୨୩ ତାରିଖରେ ମୁକ୍ତିଲାଭ କରିବ।

Comments are closed.