ମମତା ନେଲା ମା’ର ଜୀବନ: କୂଅରୁ ଛୁଆକୁ ଉଦ୍ଧାର କରିବାକୁ ଯାଇ ମା’ ମୃତ

କୂଅରେ ଖସି ପଡ଼ିଲା ଛୁଆ, ବଞ୍ଚାଇବାକୁ ଡ଼େଇଁଲା ମା

ଢ଼େଙ୍କାନାଳ:  ସ୍ଥାନୀୟ ପରଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ ଅସାବଧାନତା ଯୋଗୁଁ କୂଅରେ ଖସି ପଡ଼ିଥିବା ଶିଶୁ ପୁତ୍ରକୁ ବଞ୍ଚାଇବାକୁ କୂଅକୁ ଡ଼େଇଁଲା ମା’ । ମାତ୍ର ଦୁର୍ଭାଗ୍ୟକୁ ନା ଛୁଆକୁ ମା’ ବଞ୍ଚାଇ ପାରିଲା ନା ନିଜେ ବଞ୍ଚି ପାରିଲା । କୂଅ ଭିତରେ ଉଭୟ ମା ଓ ଛୁଆ ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଲୋକମାନେ ଉଭୟଙ୍କ ଶବକୁ କୂଅରୁ ଉଦ୍ଦାର କରିଛନ୍ତି ।

ସୂଚନା ଅନୁସାରେ ଡ଼ିହଡ଼ୋଳ ଗାଁର ଜୟନ୍ତୀ ସାହୁ ନିଜ ବାପାଘରକୁ ଆସିଥିଲେ । ମାତ୍ର ଲକ୍ଡ଼ାଉନରେ ଗାଡ଼ି ମୋଟର ଚାଲୁ ନ ଥିବାରୁ ସେ ଆଉ ଶାଶୁଘରକୁ ଫେରି ପାରି ନ ଥିଲେ । ଲକ୍ଡ଼ାଉନ ଖୋଲିବା କ୍ଷଣି ତୁରନ୍ତ ପୁଅକୁ ନେଇ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ । ମାତ୍ର ଆଜି ଲକ୍ଡ଼ାଉନ କୋହଳ ହୋଇଥିଲେ ବି ଗାଡ଼ି ମୋଟର ଚାଲିବା ସ୍ଥିର ହୋଇ ନ ଥିଲା। ତେଣୁ ସେହି ଦିନକୁ ଜୟନ୍ତୀ ଅପେକ୍ଷା କରିଥିଲେ । ଆଜି ସକାଳେ ତାଙ୍କର ୩ ବର୍ଷର ପୁଅ ପ୍ରିନ୍ସ ଖୋଳୁଖେଳୁ ହଠାତ୍ ନିକଟରେ ଥିବା କୂଅରେ ଖସି ପଡ଼ିଥିଲା । ତାକୁ ବଞ୍ଚାଇବା ପାଇଁ ମା’ ଜୟନ୍ତୀ ତୁରନ୍ତ କୂଅ ଭିତରକୁ ଡ଼େଇଁ ପଡ଼ିଥିଲା । ମାତ୍ର ମା’ -ପୁଅ କୂଅ ଭିତରେ ହିଁ ମୃତ୍ୟୁବରଣ କରିଥିଲେ ।

Comments are closed.