ସାମ୍ବାଦିକ ସଞ୍ଜିବ ନାୟକଙ୍କ ବିୟୋଗରେ ଶୋକ

ଢେଙ୍କାନାଳ: କଙ୍କଡାହାଡ ବ୍ଲକ୍‍ର ‘ସମାଜ’ ପ୍ରତିନିଧି ସଞ୍ଜିବ ନାୟକ(୪୭) ଙ୍କର ଶନିବାର ଦିନ ହୃଦ୍‍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ଶୁଣିବାପରେ ଢେଙ୍କାନାଳ ସାମ୍ବାଦିକ ସଂଘ, ସାଂସଦ ମହେଶ ସାହୁ ଶୋକ ପ୍ରକଟ କରିଛନ୍ତି। ସଞ୍ଜିବ କଙ୍କଡାହାଡ ବ୍ଲକ୍‍ ଆଦିବାସୀ ଅଞ୍ଚଳବାସୀଙ୍କ ବିଭିନ୍ନ ସମାସ୍ୟା ଖବରକାଗଜରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାରେ ସକ୍ଷମ ହୋଇଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ଅନେକ ଜନହୀତକର ସମାଜସେବା କରି ଖୁବ୍‍ ଲୋକପ୍ରିୟତା ଅର୍ଜନ କିରଥିଲେ। ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରି ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ସହାୟ ହେବାକୁ କାମନା କରିଥିଲେ। ତାଙ୍କର ପତ୍ନି, ଯୁକ୍ତ୨ରେ ପଢୁଥିବା ପୁଅ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅ ରହିଛନ୍ତି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ।

Comments are closed.