କପିଳାସ ବନାଞ୍ଚଳରୁ ୪ ଶିକାରୀ ଗିରଫ; ହରିଣ ଛାଲ ଓ ୭ ବଜ୍ରକାପ୍ତା କାତି ଜବତ

ଢେଙ୍କାନାଳ: ଢେଙ୍କାନାଳ କପିଳାଶ ରେଞ୍ଜ ବନ କର୍ମଚାରୀମାନେ ଢେଙ୍କାନାଳ ନିହଲ ପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ କରିଛନ୍ତି। ଏଥିସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନି ବିଭାଗ। ଗିରଫ ହୋଇଥିବା ଶିକାରୀମାନେ ହେଲେ ନିହଲ ପ୍ରସାଦ କରଡ଼ାବଣୀ ଅଞ୍ଚଳର ବଳରାମ ସାହୁ, ଗଡ଼ ଖାଙ୍କିରା ଗ୍ରାମର ଶ୍ରୀକୃଷ୍ଣ ସାହୁ ଓ ଟୋଲର ପଶି ଗ୍ରାମର ବଙ୍ଗାଳି ଦେହୁରୀ।

ସୂଚନା ଅନୁଯାୟୀ, ବିଶେଷ ସୁତ୍ରରୁ ବନ କର୍ମଚାରୀମାନେ ଖବର ପାଇ ଗତ ରାତିରେ କପିଳାଶ ବନ କର୍ମଚାରୀମାନେ ଗଁନ୍ଦିଆ ବ୍ଲକର ନିହଲ ପ୍ରସାଦ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଗୋଟିଏ ହରିଣର ଛାଲ, ୭ଟି ବଜ୍ରକାପ୍ତା କାତି ଜବତ କରିଥିଲା ବନ ବିଭାଗ। ତେବେ ଏହାକୁ ବାହାରକୁ ଚାଲାଣ କରୁଥିବା ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଇଥିବା ଜଣାପଡ଼ିଛି।

Comments are closed.