ଲୁଟ୍ ପାଇଁ ଗୁଳିକରି ହତ୍ୟା !

ଢେଙ୍କାନାଳ: ଢେଙ୍କାନାଳ ଜିଲା ଅପହଞ୍ଚ ଇଲାକା ନଗଡା ନିକଟର ଗୁଳି ମାଡରେ ଜଣଙ୍କ ମୃତ୍ୟୁ ହୋଇଛି । ଲୁଟ୍ ପାଇଁ ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଭୁବନ କୁନିଦା ଗାଁର ଗୋବିନ୍ଦ ବେହେରା। ନିଜ ଗାଁର ଅନ୍ୟ ଦୁଇଜଣଙ୍କ ସହ ମଇଁଷି କିଣିବାକୁ ନଗଡା ନିକଟକୁ ଯାଇଥିଲେ ଗୋବିନ୍ଦ। ଚାରିଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ୩୦ ହଜାର ଟଙ୍କା ଲୁଟି ନେଇଥିବାଗୋବିନ୍ଦଙ୍କ ସାଥୀ କହିଛନ୍ତି।