ଢେମସା ଲିଙ୍ଗରାଜ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଯାଙ୍ଗେଡ଼ ପଞ୍ଚାୟତର ଢେମ୍ସାରେ ନବନିର୍ମିତ ଲିଙ୍ଗରାଜ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଆରମ୍ଭ ହୋଇଯାଇଛି। ଏଥିପାଇଁ ଆଜି ମହା ସମାରୋହରେ କଳସ ଯାତ୍ରାରୁ ଏହାର ଶୁଭାରମ୍ଭ ହୋଇଛି। ଶତାଧିକ ମହିଳାମାନଙ୍କ ଦ୍ଵାରା ଗ୍ରାମ ପୋଖରୀରୁ କଳସ ଅଣାଯାଇ ଦୂଳଦୁଲି ବାଜା ସହ ହୁଳହୁଳି ଓ ଶଙ୍ଖ ନାଦରେ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନା କରାଯାଇଥିଲା। ଏହି ପ୍ରତିଷ୍ଠା ମହୋତ୍ସବ ଦୀର୍ଘ ତିନିଦିନ ଧରି ଚାଲିବ। ଆସନ୍ତା ୨୧ ତାରିଖରେ ଏହାର ପୂର୍ଣ୍ଣାହୁତି ପଡିବ।

ଆଜି ପ୍ରଥମ ଦିବସରେ କଳସ ସ୍ଥାପନ ପୂର୍ବକ ଅଙ୍କୁରା ରୋପଣ, ମଙ୍ଗଳ କରଣ, ଯୁପ ସ୍ନାନ, ଯୁପ୍ ସ୍ଥାପନ, ଷୋଡ଼ଶ ସ୍ତମ୍ଭ ଓ ଦେବାଦେବୀ ପୂଜନ ଆଦି କରାଯାଇ ରାତିରେ ସିଲେଟର ସଂକୀର୍ତ୍ତନ କରାଯାଇଥିଲା।

ଆସନ୍ତାକାଲି ଦେବା ଦେବୀଙ୍କ ମହାସ୍ନlନ, ଜୀବନ୍ୟାସ, ଚଣ୍ଡୀ ହବନ, ଜୁପ ସ୍ଥାପନ, ଧ୍ଵଜ ଓ କଳସ ଆରୋହଣ ସହ ବେଦ ପଠନ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରିଆ ଓ ଭୁକ୍ତା ସରିଆର ସଙ୍କୀର୍ତ୍ତନ ପରିବେଷଣ ହେବ। ଏହି ପ୍ରତିଷ୍ଠା ମହୋତ୍ସବରେ ତୋଷଧର ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରlବତି, ରବୀନ୍ଦ୍ର ନାଥ ଓ ଧର୍ମ ପତ୍ନୀ ବନିତା ନାଥ, ସଞ୍ଜୟ ପାଣିଗ୍ରାହୀ ଓ ପତ୍ନୀ ସଂଗୀତା ପାଣିଗ୍ରାହୀ, ଦାମୋଦର ଧର ଓ ପତ୍ନୀ ଜlହ୍ନବୀ ଧର, ଶ୍ରବଣ କୁମାର ନାଥ ଓ ପତ୍ନୀ ସରିତା ନାଥ, ଧୀରେନ୍ଦ୍ର ଧର ଓ ପତ୍ନୀ ଅନିତା ଧର, ହରିହର ନାଥ ଓ ପତ୍ନୀ ଗୁରୁବାରି ନାଥ, ରାଧାକାନ୍ତ ପାଣିଗ୍ରାହୀ ଓ ପତ୍ନୀ କୁନ୍ତୀ ପାଣିଗ୍ରାହୀ, ସନାତନ ପାଣିଗ୍ରାହୀ ଓ ପତ୍ନୀ ଭାଗ୍ୟବତୀ ପାଣିଗ୍ରାହୀ ଆଦି ନଅ ଯୋଡ଼ି କର୍ତ୍ତା ଦାୟିତ୍ୱରେ ରହିଛନ୍ତି। ପ୍ରଭାକର ଶତପଥୀ, ପ୍ରତ୍ୟୁଷ ରଥ, ବୁଲୁ ଦାଶ, ଜିବର୍ଧନ ଦାଶ, ବବୁଲୁ ଦାଶ, ବିଭୂତି ଦାଶ ଓ ଦିଲିପ୍ ଦାଶ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି।

Comments are closed.