ଭ୍ରମଣର ନିଆରା ଅନୁଭବ ଦେଇଥାଏ ଏହି ପର୍ଯ୍ୟଟନସ୍ଥଳୀ

ଭ୍ରମଣ ପାଇଁ ଗଲେ ମନକୁ ଶାନ୍ତି ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଅନେକ କଷ୍ଟ ଲାଭବ ହୋଇଥାଏ। ମାତ୍ର ଓଡ଼ିଶାରେ ଏପରି ବହୁ ସ୍ଥାନ ରହିଛି, ଯାହା ବିଷୟରେ ଅଧିକାଂଶ ଲୋକେ ଜାଣି ନଥିବେ।
ଶୀତଦିନ ଆରମ୍ଭ ହେଲେ ଭ୍ରମଣର ପ୍ରକୃତ ମଜା ଅନୁଭବ କରିହୁଏ। ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବିଭିନ୍ନ ସ୍ଥାନ ରହିଛି। ଯେଉଁଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ନିଆରା ଅନୁଭବ ହୋଇଥାଏ। ଓଡ଼ିଶାର ଢେଙ୍କାନାଳ ଜିଲାର ପରଜଙ୍ଗ ପର୍ୟ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ବହୁ ପର୍ୟ୍ୟଟନସ୍ଥଳ ସହ ପ୍ରାଚୀନ କଳାକୃତି ରହିଛି। ସରାଙ୍ଗସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ୫୫ ଫୁଟର ଅନନ୍ତ ଶୟନ ମୂର୍ତ୍ତି ଏହି ସ୍ଥାନର ସ୍ୱତନ୍ତ୍ରତାକୁ ବଢାଇଥାଏ। ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରି ଥିବା ବେଳେ ପାଦ ତଳେ ମା’ଲକ୍ଷ୍ମୀ ବିରାଜମାନ କରିଛନ୍ତି। ମସ୍ତିଷ୍କରେ ଅନନ୍ତ ନାଗ ରହିଛି। ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଛି। ଶୟନ ଅବସ୍ଥାରେ ଥିବା ଭଗବାନଙ୍କ ଏହି ବିରାଟ ପ୍ରତିମୂର୍ତ୍ତିକୁ ପରିଦର୍ଶନ କରିବା ପାଇଁ ଏଠାରେ ବହୁ ପର୍ୟ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷ କରି ପର୍ୟ୍ୟଟନ ଋତୁରେ ବହୁ ଲୋକେ ଏଠାକୁ ଆସି ସୌନ୍ଦର୍ୟ୍ୟରେ ମୁଗ୍ଧ ହୋଇଯାଆନ୍ତି। ଏଠାରୁ ଅଳ୍ପ ଦୂରରେ ଐଶାନ୍ୟେଶ୍ବର ଓ ଗ୍ରାମଦେବୀ ମା’ଅନ୍ଧାରୀ ବାଉତୀ ପୂଜା ପାଉଛନ୍ତି। ନଦୀ କୂଳରେ ବୁଦୁବୁଦିଆ ଜଙ୍ଗଲ ମଧ୍ୟ ରହିଛି। ତେଣୁ ପ୍ରକୃତିର ଅପରୂପ ସୁନ୍ଦର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଏଠାରେ ଲୋକେ ବଣଭୋଜିର ମଧ୍ୟ କରିଥାଆନ୍ତି। ପିଲା ଠାରୁ ବୟସ୍କମାନେ ସମସ୍ତେ ଏଠାକୁ ଆସି ଖୁବ୍ ଆନନ୍ଦିତ ହୁଅନ୍ତି।

Comments are closed.