ଉପ ଆରକ୍ଷୀ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ପରଜଙ୍ଗ ମହାବୀର ରୋଡ ଫାଣ୍ଡି ଅଧିକାରୀ ତଥା ଉପ ଆରକ୍ଷୀ ନିରୀକ୍ଷକ ସମରେନ୍ଦ୍ର ସାମଲଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟ,କ୍ୱାର୍ଟର,ଢେଙ୍କାନାଳ ସହରର ବନମାଳିପ୍ରସାଦର ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ଗନ୍ଦିଆ ଥାନା ଅନ୍ତର୍ଗତ ପୈତୃକ ଘର, କେ.ନଗର ଥାନା ଅଧିନ କାନପୁରରେ ଥିବା ଶ୍ୱଶୁର ଘର ଓ ମହାପଡାରେ ଥିବା ଫାର୍ମ ହାଉସରେ ଚଢାଉ କରାଯାଉଛି। ଏହି ଚଢାଉରେ ୮ ଜଣ ଟିମ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଡିଏସପି, ୭ ଜଣ ଆରକ୍ଷୀ ନିରୀକ୍ଷକ ଓ ଅନ୍ୟ କର୍ମଚାରୀ ମଧ୍ୟ ରହିଛନ୍ତି। ଚଢାଉରେ ୩୦୦ ଗ୍ରାମ ସୁନା, ୧ଲକ୍ଷ ନଗଦ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ଢେଙ୍କାନାଳ ସ୍ଥିତ ର୍ଦୁନୀତି ନିବାରଣ ବିଭାଗର ସ୍ୱତନ୍ତ୍ର ଜର୍ଜଙ୍କ ଦ୍ୱାରା ଜାରି ପରୱାନା ବଳରେ ଏହି ଚଢାଉ କରାଯାଇଥିଲା।

 

Comments are closed.