ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧଉତ୍ସବ ପାଳିତ

ଢେଙ୍କାନାଳ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧଉତ୍ସବ ଢେଙ୍କାନାଳରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଭାଗିରଥି ସାଗର କୂଳରେ ତିଳ ତର୍ପଣ କରାଯାଇଥିଲା । ପରେ ଗୋପବନ୍ଧୁ ଟାଉନ ହଲ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସହରର ବହୁତ ପ୍ରତିଷ୍ଠିତ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ମାନେ ଯୋଗ ଦେଇଥିଲେ ।

Comments are closed.