ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହୋଇଛି ଗଜଭୋଗ

ଆଠଗଡ : ବଡଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗଜ ଭୋଗ ଲାଗି ହୋଇଛି। ରାତି ପ୍ରାୟ ୧ଟା ସମୟରେ ମଙ୍ଗଳଆଳତୀ, ବାଳଭୋଗ ଏବଂ ଘର୍ଷଣ ଆଦି ନୀତି ହେବା ପରେ ପ୍ରଭୁଙ୍କ ନିକଟରେ ଗଜଭୋଗ ଲାଗି କରାଯାଇଛି।
ମାତ୍ର କରୋନା ଗାଇଡ଼ ଲାଇନ ଅନୁଯାୟୀ ସାଧାରଣ ଦର୍ଶନର ଉପରେ ରୋକ ଲଗାଯିବା ସହ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। କେବଳ ପୂଜାରୀଙ୍କ ଦ୍ୱାରା ନୀତି ନିୟମରେ ପୂଜାର୍ଚ୍ଚନା କରାଯିବା ସହ ଗଜ ଭୋଗ ବିତରଣ ବନ୍ଦ ରହିଛି। ଏହାସହ ଗତକାଲି ବାବାଙ୍କୁ କିରାତାର୍ଜୁନ ବେଶ କରାଯାଇଥିଲା।

Comments are closed.