ଛାତ୍ର କଂଗ୍ରେସ ପକ୍ଷରୁ ଧଉଳି ଅଞ୍ଚଳର ଯାଯାବରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନକୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଚିତ୍ର ଦେଖିବାକୁ ମିଳୁଛି। ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ପ୍ରଯ୍ୟାପ୍ତ ହେଉ ନ ଥିବାରୁ ଦୀର୍ଘ ଦିନରୁ ଉର୍ଦ୍ଧ୍ବ ଦିନ ଧରି ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିଛି । ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ଧଉଳି ଅଞ୍ଚଳରେ ରାସ୍ତାକଡ଼ରେ ତମ୍ବୁ ପକେଇ ରହିଥିବା ବାହାର ରାଜ୍ୟର ଯାଯାବର ଲୋକଙ୍କୁ ସାମାଜିକ ଦୂରତା ନିୟମକୁ ମାନି ଅତ୍ୟାବ୍ୟଶ୍ୟକୀୟ ଶୁଖିଲା ଖାଦ୍ୟ ସହ ମାସ୍କ ଓ ସାନିଟାଇଜର ବାଣ୍ଟାଯାଇଥିଲା। ଏହା ସହିତ ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧି ସଫାସୁତୁରା ରହିବାକୁ ସଚେତନ କରାଇଥିଲେ। ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା ଓ ମଣିରତ୍ନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

Comments are closed.