ଓଡିଶା ଗସ୍ତ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହା ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓ ଆଗାମୀ ଓଡ଼ିଶା ଗସ୍ତ ପାଇଁ ତାଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ପ୍ରଦାନ କରିଛନ୍ତି। ସେ ଏହି ଅବସରରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ହାତବୁଣା ସୁତା ଗାମୁଛା ଭେଟି ଦେଇଛନ୍ତି। ଅନୁଗୁଳ ଆଠମଲ୍ଲିକର ଜଣେ ଦଳିତ କାରିଗରଙ୍କ ଦ୍ୱାରା ଏହି ଗାମୁଛା ତିଆରି ହୋଇଛି।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ୨ ଦିନିଆ ଗସ୍ତ କାଳରେ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ରାଉରକେଲାରେ ଆରଏସପି ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର ଉଦଘାଟନ କରିବେ।

Comments are closed.