ମୋଦୀଙ୍କ କ୍ୟାବିନେଟରେ ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ  ମନ୍ତ୍ରିପରିଷଦ ମଧ୍ୟ ଶପଥ ନେଇଛନ୍ତି । ତେବେ ଏଥିରେ ଓଡ଼ିଶାରୁ ୨ଜଣଙ୍କୁ ସ୍ଥାନ ମିଳିଛି ।

ରାଜ୍ୟସଭା ସଦସ୍ୟ  ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କିନ୍ତୁ ମୋଦୀଙ୍କ ପୂର୍ବ କ୍ୟାବିନେଟରେ ସ୍ଥାନ ପାଇଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ବାଦ୍ ଦିଆଯାଇଛି ।

ସେହିପରି ଓଡ଼ିଶାର ଆଉ କାହାକୁ ମନ୍ତ୍ରୀ ପଦ ମିଳି ନାହିଁ।

Comments are closed.