ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ପୁସ୍ତକ ‘ଶିରୋଧାର୍ଯ୍ୟ ଶିରୋନାମା’କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆ ସଂସ୍କୃତି, ପରମ୍ପରା ତଥା ଓଡ଼ିଆ ସାଧବ ପୁଅମାନଙ୍କର ନୌବାଣିଜ୍ୟକୁ ମନେ ପକାଇବା ସହ ଆଜି କେଡିର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଲିଖିତ ପୁସ୍ତକ ‘ଶିରୋଧାର୍ଯ୍ୟ ଶିରୋନାମା’କୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଷ୍ଣୁ ଭାଇଙ୍କ ପ୍ରତିଟି ଲେଖା ରାଷ୍ଟ୍ରବାଦୀ ଚିନ୍ତା ଓ ଚେତନାରେ ଉଦବୁଦ୍ଧ। ରାଜନୈତିକ ବ୍ୟକ୍ତିତ୍ୱ ଥାଇ ମଧ୍ୟ ସାହିତ୍ୟର ଭାବଧାରାରେ ତାଙ୍କର ଉତ୍କଣ୍ଠା ଓ ଉତ୍ସାହ ବେଶ୍ ଚମତ୍କାର। ଉନ୍ମୋଚନ ହୋଇଯାଇଥିବା ‘ଶିରୋଧାର୍ଯ୍ୟ ଶିରୋନାମା’ ପୁସ୍ତକଟି ଅନେକ ମାତ୍ରାରେ ପାଠକୀୟ ଆଦୃତ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଯେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ନୂଆ ରୂପ ନେଉଛି, ଏହାର ପ୍ରଗତିକୁ କେହି ଅଟକାଇ ପାରିବେ ନାହିଁ। ଏ ସମୟ ହିଁ ସଠିକ୍ ସମୟ। ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ, ଏ ଦୃଢ଼ ବିଶ୍ୱାସ ମୋର ରହିଛି।

ଏହି ଅବସରରେ ଶ୍ରୀ ପ୍ରଧାନ ବିଜେପି ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ “ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଏହି ପୁସ୍ତକ ଓଡ଼ିଶାରେ ପ୍ରଜାମଣ୍ଡଳ ସଂଗଠନ ଗଠନ ଏବଂ ଆନ୍ଦୋଳନ ଉପରେ ଲୋକମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବା ସହ ପାଠକୀୟ ଆଦୃତ ହୋଇପାରିବ।

Comments are closed.