ବାଲେଶ୍ୱର ଉପନିର୍ବାଚନ : ଆଜି ପ୍ରଚାର ମଇଦାନକୁ ଓହ୍ଲେଇବେ ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚ ପାଇଁ ଗତ ରାତିରୁ ବାଲେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଧର୍ମେନ୍ଦ୍ର ପ୍ରଚାର ମଇଦାନକୁ ଓହ୍ଲେଇବେ। ସେ ସାଧାରଣସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଜନସାଧାରଣଙ୍କୁ ଭୋଟ୍ ଭିକ୍ଷା କରିବେ। ଧର୍ମେନ୍ଦ୍ରଙ୍କ ପୂର୍ବରୁ ବିଜେପିର ଅନ୍ୟ ଷ୍ଟାର ପ୍ରଚାରକ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବାଲେଶ୍ୱରରେ ପ୍ରଚାର କରିଥିଲେ।

ଚଳିତ ଥର ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଅରୁଣ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, କେ ଭି ସିଂହଦେଓ, ମନମୋହନ ସାମଲ, ବିଶେଶ୍ୱର ଟୁଡ଼ୁ, ଡ. ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ, ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବିଜୟ ମହାପାତ୍ର, ବିଧାୟକ ବିଷ୍ଣୁ ସେଠୀ, ଖାରବେଳ ସ୍ୱାଇଁ, ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର, ମୋହନ ଚରଣ ମାଝୀ, ସୁକାନ୍ତ କୁମାର ନାୟକ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର ଓ ବିଭୂପ୍ରସାଦ ତରାଇ ପ୍ରମୁଖ ରହିଛନ୍ତି।

Comments are closed.