ଧର୍ମଶାଳା ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଣବ

ଯାଜପୁର : ଦେଉଳି ହିଲଟପରେ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକଙ୍କ ନେତୃତ୍ୱରେ ୬ଟି ଜୋନର ଯୁବ ବିଜେଡି ସଭାପତି ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଧର୍ମଶାଳାର ବିକାଶ ଧାରା ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୁବ ବିଜେଡି ପ୍ରମୂଖ ଅଂଶଗ୍ରହଣ କରୁ ବୋଲି କହିବା ସହିତ ଯୁବ କର୍ମୀମାନେ ପ୍ରତ୍ୟେକ ପଞ୍ଚାୟତର ୱାର୍ଡ ସ୍ତରକୁ ଯାଇ ଲୋକଙ୍କର ସମସ୍ୟାରେ ଜଡିତ ହୋଇ ଲୋକଙ୍କୁ ସହଯୋଗର ହାତ ବଢାଇବା ସହିତ ସମସ୍ୟାମୁକ୍ତ ଧର୍ମଶାଳା ଗଢିବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପ୍ରତ୍ୟେକ ଜୋନର ସଭାପତିମାନେ ୫୪ଗୋଟି ପଞ୍ଚାୟତର ପ୍ରତ୍ୟେକ ୱାର୍ଡରୁ ୫ଜଣ ଲେଖା ଯୁବ କର୍ମକର୍ତ୍ତା ସଦସ୍ୟତାକୁ ବିଧାୟକଙ୍କୁ ହସ୍ତାନ୍ତର କରିଥିଲେ ଏବଂ ଯୁବକର୍ମୀମାନେ କରୋନା ମହାମାରୀ ସମୟରେ ଯେଉଁଭଳି ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ ସେଥିପାଇଁ ବିଧାୟକ ସମସ୍ତ କର୍ମର୍କାଙ୍କୁ ଧନ୍ୟବାଦ ଜଣାଇଲେ । ଏହି ବୈଠକରେ ୧୧ନଂ ଜୋନ ସଭାପତି ପ୍ରଦୀପ ପାଲ, ୧୨ ନଂ ଜୋନ ସଭାପତି ଶକ୍ତିରଞ୍ଜନ ଦାସ, ୧୩ନଂ ଜୋନ ସଭାପତି ଜିତେନ୍ଦ୍ର ପାଲ, ୧୪ନଂ ଜୋନ ସଭାପତି ତ୍ରିଲୋଚନ ରାଉତ, ୧୫ନଂ ଜୋନ ସଭାପତି ସଞ୍ଜୟ ମଲ, ୩୪ ନଂ ଜୋନ ସଭାପତି ବିଶ୍ୱନାଥ ପାତ୍ର, ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁବ୍ରତ ଧଳ, ସାଧାରଣ ସମ୍ପାଦକ ବିକାଶ ଦାସ, ଡିଜିଟାଲ ସେକ୍ରେଟାରୀ ଚନ୍ଦନ ଓଝା, ଧର୍ମଶାଳା ବ୍ଲକ୍ ଯୁବ ବିଜେଡି ଉପସଭାପତି ଅରୂପ ନାରାୟଣ ପ୍ରସାଦ, ସମ୍ପାଦକ ଦେବଜିତ୍ ବେହେରା, ଦୀପକ କୁମାର ଜେନା, ଅରୂପାନନ୍ଦ ଜେନା, ସାଧାରଣ ସମ୍ପାଦକ ରିତେଶ ମିଶ୍ର, ଜିତେନ୍ଦ୍ର ରାଉତ, ଅନିଲ କୁମାର ରାଉତ, ରାହୁଲଦେବ ନାୟକ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.