ଅଜଣା ଗାଡି ଧକ୍କାରେ ବରିଷ୍ଠ ଆଇନଜୀବୀ ମୃତ, ଜଣେ ଗୁରୁତର

ଧର୍ମଗଡ଼ -କଳାହାଣ୍ଡି- ନବରଙ୍ଗପୁର ୨୬ନମ୍ଵର ଜାତୀୟ ରାଜପଥର ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ । ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ଜଣକ ଧର୍ମଗଡର ପୂର୍ବତନ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ଭାଇ ଓ ପେସାରେ ଜଣେ ଆଇନଜୀବୀ ବୋଲି ଜଣାପଡିଛି।

ବୁଧବାର ମଧ୍ୟାହ୍ନରେ ନବରଙ୍ଗପୁରରୁ ଭବାନୀପାଟଣା ଆସୁଥିବା ଏକ ହୋଣ୍ଡା ସାଇନ ବାଇକ ନମ୍ବର ଓଡ଼ି.୦୮. ଆର,୩୫୯୨କୁ ଘାଟି ରାସ୍ତାରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଦୁଇଜଣ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଆମପାଣି ପୁଲିସ ଆଇଆଇସି ଚତୁର୍ଭୁଜ ନାଏକ ସମେତ ପୋଲିସ କର୍ମଚାରୀ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ପୁଲିସ ଗାଡିରେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତରଖାନାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଭବାନୀପାଟଣା ସହର କାଳି ମନ୍ଦିର ପଡାର ସନ୍ତୋଷ ଆଚାର୍ଯ୍ୟ ବୋଲି ଜଣା ପଡିଛି । ସୁଶାନ୍ତ ସାହୁ ନାମକ ବ୍ୟକ୍ତି ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

Comments are closed.