ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

ଧର୍ମଗଡ଼ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଧର୍ମଗଡ଼ ଆମପାଣି ଥାନା ଅନ୍ତର୍ଗତ ଭୂର୍ସାଗୁଡା ଠାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଅଜଣା ଗାଡି ବାଇକରେ ଯାଉଥିବା ଦୁଇଜଣଙ୍କ ଉପରେ ଚଢିଯିବା କାରଣରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଗାଡିଟି ବାଇକରେ ଥିବା ଦୁଇଜଣଙ୍କ ମୁହଁରେ ଚଢିଯାଇଥିବା କାରଣରୁ ମୃତକଙ୍କୁ ଚିହ୍ନିବା ମୁସ୍କିଲ ହୋଇଛି। ଯାହା ଫଳରେ ଉଭୟଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

Comments are closed.