ବଲାଙ୍ଗିର କୃଷକ ମହାସଂଘ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଧାରଣା

ବଲାଙ୍ଗିର: ବଲାଙ୍ଗିର ଜିଲା କୃଷକ ମହାସଂଘ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି। ଜିଲାର ୨୦୨୧ ଖରିଫ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷିବୀମା ରାଶି ପାଇବାକୁ ବାକି ଥିବା ୮୫ ପଞ୍ଚାୟତର କୃଷିବୀମା ପ୍ରାପ୍ୟ ଦାବିରେ ଓ ୨୦୨୧ ଖରିଫ ବର୍ଷର ମରୁଡ଼ି ଘୋଷଣା, ଜିଲାରେ ୩୩% ଜଳ ସେଚନ ସୁନିଶ୍ଚିତ ବ୍ୟବସ୍ଥା, ସାର କଳାବଜାରୀ ଉପରେ କାର୍ୟ୍ୟାନୁଷ୍ଠାନ, ବିଜୟାନନ୍ଦ ଚିନି କଳ ଚାଲୁ କରିବା, ଧାନ ହେଉଥିବା ଆଟ କିସମ ଜମିକୁ ସାମିଲ କରିବା ତଥା ଏକର ପ୍ରତି୧୩ କୁଇଣ୍ଟାଲ ସ୍ଥାନରେ ୨୨କୁଇଣ୍ଟାଲ କିଣିବା ଓ ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା ଇତ୍ୟାଦି ୭ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି। ଜିଲାର ବଲାଙ୍ଗିର, ଟିଟିଲାଗଡ଼ ଓ ହରିଶଙ୍କର ରୋଡ଼(ଲାଠୋର) ରେଳ ଷ୍ଟେସନରେ ଅନିର୍ଦ୍ଦିଷ୍ଟ କାଳ ରେଳ ରୋକ କରାଯିବ। ଚାଷୀମାନଙ୍କୁ କମ୍ପାନୀମାନଙ୍କର ଶୋଷଣ, ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ସବୁ କ୍ଷେତ୍ରରେ ବୈମାତୃକ ମନୋଭାବ ନେଇ ଏହି ବିରୋଧ ଦେଖିବାକୁ ମିଳିଛି।

Comments are closed.