ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିକୁ ବିରୋଧ କରି ନିଖିଳ ଉତ୍କଳ ଶିକ୍ଷକ ସଂଘର ଧାରଣା

ଧାରଣାର ତିନି ଘଣ୍ଟା ପରେ ରାଜ୍ୟ ଶିକ୍ଷା ବିଭାଗର ଚିଠି, କାଉନସେଲିଂ ମାଧ୍ୟମରେ ପଦୋନ୍ନତି କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାକୁ ବିରୋଧ କରି ନବରଙ୍ଗପୁର ଶାଖା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିରୋଧ କରିବା ସହ କାଉନସିଲିଂ ମାଧ୍ୟମରେ ପଦୋନ୍ନତି କରିବା ଦାବିରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଶିକ୍ଷକମାନେ ଧାରଣା ଦେଇଛନ୍ତି।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ, ସେପ୍ଟେମ୍ବର ମାସ ୩୦ ତାରିଖ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପଦୋନ୍ନତି ପାଇବାକୁ ଥିବା ପ୍ରାଥମିକ ଶିକ୍ଷକଙ୍କ ତାଲିକା ଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ନିର୍ଦେଶ ଥିଲେ ହେଁ କୌଣସି କାରଣବଶତଃ ଶିକ୍ଷା ନିର୍ଦେଶକଙ୍କ ଅନୁମୋଦନ ବିଳମ୍ବ ହୋଇଥିଲା ଏହି କାରଣରୁ ଆଜି ନବରଙ୍ଗପୁର ଶିକ୍ଷା ଅଧିକାରୀ ଶିକ୍ଷକମାନଙ୍କ ପଦୋନ୍ନତି ତାଲିକା ଘୋଷଣା କରିବାକୁ ତାଲିକା ଚୂଡାନ୍ତ କରି ଘୋଷଣା କରିବା ପୂର୍ବରୁ ହିଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ସଂଘ ଆଇନ ପରାମର୍ଶଦାତା ଆଇନଜୀବୀ ରାମ ପାତ୍ରଙ୍କ ସହ ସଂଘ ସଭାପତି ବିଷ୍ଣୁପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ରତନ ମାଝୀ ଏବଂ ଅଶ୍ୱିନୀ ଦାସଙ୍କ ସହ ୨୦/୨୫ ଜଣ ଶିକ୍ଷକ ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଫାଟକ ସମ୍ମୁଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ବଦଳି ଦାବି ଆଦି ପ୍ଲାକାର୍ଡ ଧରି ଫାଟକ ସମ୍ମୁଖରେ ବିକ୍ଷୋଭ କରି ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କୁ ପ୍ରଦାନ କରି ପଦୋନ୍ନତି ପ୍ରକ୍ରିୟାକୁ ସ୍ଥଗିତ ରଖି କାଉନସେଲିଙ୍ଗ ମାଧ୍ୟମରେ ପଦୋନ୍ନତି କରିବା ପାଇଁ ଦାବି କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ କାଯ୍ୟଳୟ ସମ୍ମୁଖରେ ତଳେ ସେମାନେ ଧାରଣାରେ ବସିଥିଲେ।

ସଂଘର ଦାବିକୁ ଜିଲ୍ଲା ଶିକ୍ଷାଧିକାରୀ ଗ୍ରହଣ କରି ରାଜ୍ୟ ଶିକ୍ଷା ନିର୍ଦେଶକଙ୍କ ପାଖକୁ ପଠେଇବି ବୋଲି କହିବାପରେ ସଂଘ ଧାରଣାରୁ ଉଠିଥିଲେ। ଏପଟେ ଜିଲ୍ଲା ଶିକ୍ଷକ୍ଷଧିକାରୀ ଶ୍ରୀ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ସରକାରଙ୍କ ତରଫରୁ କାଉନସେଲିଂ ମାଧ୍ୟମରେ ପଦୋନ୍ନତି କରିବା ପାଇଁ କୌଣସି ନିର୍ଦେଶ ନଥିବା ବେଳେ ସଂଘ ପଦୋନ୍ନତିରେ ତ୍ରୁଟି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଯାହା ନିୟମ ଅଛି ସେ ଅନୁଯାୟୀ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ବର୍ତମାନ ସଂଘର ଦାବିପତ୍ରକୁ ଶିକ୍ଷା ନିର୍ଦେଶକଙ୍କ ପାଖକୁ ପଠାଇ ଦିଆଯାଇଛି ଏବଂ ପରବର୍ତୀ ନିର୍ଦେଶ ଆସିଲେ ସେ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ଏପଟେ ଗୋଟିଏ ପ୍ରାଥମିକ ସଂଘ ପଦୋନ୍ନତି ପ୍ରକିୟାକୁ ବିରୋଧ କରୁଥିବା ବେଳେ ଅନ୍ୟ ଏକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ (ନୂତନ ପେନସନ ସ୍କିମ ) ଜିଲ୍ଲା ଶିକ୍ଷଧିକାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ସମର୍ଥନ ଜଣାଇଛନ୍ତି । ପଦୋନ୍ନତି ପ୍ରକ୍ରିୟା ସ୍ଥଗିତ ହୋଇଯିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ )ର କର୍ମକର୍ତା ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ଏନେଇ ସଂଘ ସମ୍ପାଦକ ଗଣେଶ ପ୍ରସାଦ ରଣା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଜି ପଦୋନ୍ନତି ପ୍ରକ୍ରିୟାକୁ ସ୍ଥଗିତ ରଖି ଜିଲ୍ଲାର ପ୍ରାୟ ୩ହଜାର ଶିକ୍ଷକଙ୍କ ମନରେ ଆଘାତ ହୋଇଛି। କାହିଁକି ନା ଆଜକୁ ୨୦୧୪ ମସିହାରୁ ଶିକ୍ଷକମାନଙ୍କ ପଦୋନ୍ନତି ହୋଇନଥିବା ଯୋଗୁଁ ଶିକ୍ଷକମାନଙ୍କ ବରିଷ୍ଠତା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟସାରା ଶିକ୍ଷକମାନେ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କ ପଦୋନ୍ନତି କରିବାକୁ ନିର୍ଦେଶ ଦେଇଥିଲେ । ଆଜି ଦୁଃଖର ସହ ସେ ଅଭିଯୋଗ କରିଛନ୍ତି ଯେ, ଯଦି ଶିକ୍ଷା ବିଭାଗ ପଦୋନ୍ନତିରେ ତ୍ରୁଟି କରିଥିବା ବିଷୟ ଆଗରୁ ଉକ୍ତ ସଂଘ ଜାଣିଥିଲେ ତାହେଲେ ତ୍ରୁଟିରେ ସୁଧାର ଆଣିବାକୁ ଚେଷ୍ଟା କରିପାରିଥାନ୍ତେ, ଶେଷ ସମୟରେ ପଦୋନ୍ନତି ପ୍ରକ୍ରିୟାକୁ ରୋଦ୍ଧ କରିବାରୁ ଜିଲ୍ଲାର ପ୍ରାୟ ୩ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଆଜି ପଦୋନ୍ନତିରୁ ବଞ୍ଚିତ ହେଲେ। ଯଦି ଗୋଟିଏ ଦିନ ବିଳମ୍ବ ହେଲେ ସେମାନଙ୍କ ଚାକିରୀ ସମୟର ବରିଷ୍ଠତା ହ୍ରାସ ପାଇବ ଏଥିପାଇଁ ଦାୟୀ କିଏ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ସଂଘ ତରଫରୁ ଏକ ଜରୁରୀ ବୈଠକ ଆସନ୍ତା କାଲି ଅନୁଷ୍ଠିତ କରିବା ପାଇଁ ନିଷ୍ପତି ନେଇଛନ୍ତି, ବୈଠକରେ ପରବର୍ତୀ କାର୍ଯ୍ୟପନ୍ଥା ପାଇଁ ଆଲୋଚନା କରାଯିବ ବୋଲି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ସମ୍ପାଦକ କହିଛନ୍ତି। ଏପଟେ ଧାରଣା ଦେବାର ୩ଘଣ୍ଟା ପରେ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶନାମା ଜାରି କରିଛି, ଏନେଇ ପତ୍ର ସଂଖ୍ୟା SME /EL2/EL2 /୦୧୧୪/୨୦୨୧ /୧୯୩୩୪ /SME, ତାରିଖ ୭/୧୦/୨୧ ମାଧ୍ୟମରେ ଚିଠି ପ୍ରେରଣ କରି ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ କାଉନସେଲିଂ ମାଧ୍ୟମରେ ନିଯୁକ୍ତି ଦେବାପାଇଁ ନିର୍ଦେଶ ଜରିକରିଛି। ଧାରଣା ବସିବାର କିଛି ଘଣ୍ଟା ସମୟରେ ଶିକ୍ଷା ବିଭାଗର ନିର୍ଦେଶ କୁ ନବରଙ୍ଗପୁର ଜିଲ୍ଲା ନିଖିଳ ଉତ୍କଳ ପ୍ରାଇମେରୀ ଶିକ୍ଷକ ସଂଘ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

Comments are closed.