ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ପହିଲି ଭୋଗ ଲାଗି

ପୁରୀ / ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ହେଉଛି ପୌଷ ମାସର ଧନୁ ସଂକ୍ରାନ୍ତି। ପ୍ରାୟ ରାତି ୩ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ମହାପ୍ରଭୁଙ୍କ ନିକଟରେ ପହିଲି ଭୋଗ ନୀତି ହୋଇଛି। ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ଆଜି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ଧନୁ ସଂକ୍ରାନ୍ତି ଦିନ ସମସ୍ତ ଦେବାଦେବୀଙ୍କ ନିକଟରେ ମୁଆଁ ମୁଖ୍ୟତଃ ଭୋଗ ହୋଇଥାଏ।
ପୌରାଣିକ କଥା ଅନୁଯାୟୀ, ପୌଷ ମାସରେ ମା’ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାଆନ୍ତି। ତେଣୁ ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାଆନ୍ତି। ଏହି ଭୋଗରେ କାକରା, ଆରିସା, ଜିଲାପି, ଗଇଁଠା ଆଦି ବହୁ ପ୍ରକାରର ପିଠା ଭୋଗ କରାଯାଏ। ପୌଷ ମାସରେ ଧାନ ଅମଳ ପରେ ଉଖୁଡ଼ାର ମୁଆଁର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ। ତେଣୁ ଏହି ସଂକ୍ରାନ୍ତି ଦିନ ମୁଖ୍ୟତଃ ଠାକୁରଙ୍କ ପାଖରେ ମୁଆଁ ଭୋଗ କରାଯାଇଥାଏ। ଏହି କାରଣରୁ ଆଜି ସମସ୍ତ ମନ୍ଦିର ଓ ବିଶେଷ କରି ସଂକ୍ରାନ୍ତି ଅବସରରେ ଶୈବ ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି।

Comments are closed.